କଣିହାଁ : କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସିସ୍ଥିତ ଦୀପଶିଖା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନଟିପିସି ଟିଟିଏସ୍ ଶିକ୍ଷାନୁଷ୍ଠାନ ଖେଳ ଡିଆ ଠାରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏନଟିପିସିର କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ଏନ୍.ଶ୍ରୀନିବାସ ରାଓ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ ବିଦ୍ୟାଭାରତୀ, ପୂର୍ବକ୍ଷେତ୍ର ର ଅଧକ୍ଷ ଲକ୍ଷ୍ମୀକାନ୍ତ ମହାରଣା ଏବଂ ଏନ୍ଟିପିସି ମହିଳା ତନଭି ସଙ୍ଗମ୍ ସଭାପତି ବିଜୟା ରାଓ, ଏନ୍ଟିପିସି ମାନବ ସଂସାଧନ ପ୍ରମୁଖ ଅଧିକାରୀ ବ୍ରଜ କିଶୋର ପାଣ୍ଡେ, ସଂପୃକ୍ତ ଶିକ୍ଷାନୁଷ୍ଠାନ ପରିଚାଳନା ସଭାପତି ଧନେଶ୍ୱର ଜେନା ପ୍ରମୁଖ ସମ୍ମାନିତ ଅତିଥୀ ଭାବରେ ଯୋଗଦେଇ ପ୍ରଦୀ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଭାରତୀ, ପୂର୍ବକ୍ଷେତ୍ର ର ସହମନ୍ତ୍ରୀ ହେମନ୍ତ କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଭାରତୀୟ ସଂସ୍କୃତ ଓ ପୋରମ୍ପରା କୁ ବଂଚାଇ ରଖିବା ଅତ୍ୟନ୍ତ ଜରୁରୀ । ଏହା ଶିଶୁ ମନ୍ଦିର କରୁଥିବା କାରଣ ରୁ ଆମ୍ଭେ ଅତ୍ୟନ୍ତ ଆନନ୍ଦିତ, ମାତୃଭୂମି ଏବଂ ମାତୃଭାଷା ପ୍ରତି ସମସ୍ତଙ୍କର ଶ୍ରଦ୍ଧା ରହିବା ଜରୁରୀ ବୋଲି ମୁଖ୍ୟ ଅତିଥୀ ଶ୍ରୀ ରାଓ କହିଥିଲେ । ବର୍ତ୍ତମାନ ଶିକ୍ଷା ସହିତ ସଂସ୍କାର ର ଆବଶ୍ୟକତା ରହିଛି । ରାଷ୍ଟ୍ର ପାଇଁ ଜଣେ ଉତ୍ତମ ନାଗରିକ ଆବଶ୍ୟକ । ବିଦ୍ୟାଭାରତୀ ଲକ୍ଷ୍ୟ ଆଧାରରରେ ଉତ୍ତମ ଯୁବପିଢି ନିର୍ମାଣ କରିବା ଏବଂ ପୂର୍ଣ୍ଣାଙ୍ଗ ବିକଶିତ ଛାତ୍ର ନିର୍ମାଣ କରିବା ପିତା,ମାତାଙ୍କର ଲକ୍ଷ୍ୟ ହେବା ଉଚିତ୍ । ପୃଥିବୀର ଯେଉଁ କୋଣରେ ଥିଲେ ବି ଆମେ ଭାରତ ମାତାର ସନ୍ତାନ ବୋଲି ମୁଖ୍ୟବକ୍ତା ଶ୍ରୀ ମହାରଣା ମତବ୍ୟକ୍ତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ତ୍ରିପାଠୀ ବାର୍ଷିକ ବିବରଣୀ ଓ ଅତିଥୀ ପରିଚୟ ପ୍ରଦାନ କରିଥିଲେ । ମହିଳା ତନଭୀ ସଙ୍ଗମ୍ ଅଧକ୍ଷା ଶ୍ରୀମତୀ ରାଓଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନକୁ ଏକ ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଥିଲା । ପରିଚାଳନା ସଭାପତି ଶ୍ରୀ ଜେନା ଧନ୍ୟବାଦ୍ ପ୍ରଦାନ କରିଥିଲେ । ସଭାଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ରାମାୟଣ(ରାମଲିଳା) ସମ୍ପର୍କିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।