ନୂଆଦିଲ୍ଲୀରେ ତ୍ରୟୋଦଶ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ

0

ନୂଆଦିଲ୍ଲୀ: ତ୍ରୟୋଦଶ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ ନୂଆଦିଲ୍ଲୀର ମାନେକଶା କେନ୍ଦ୍ର ଠାରେ ଅନୁଷ୍ଠିତ ହେବ । ଏହା ଚଳିତ ମାସ ୨୬ ଓ ୨୭ ତାରିଖରେ ଦିର୍ଘ ୨ଦୁଇଦିନ ଧରି ଅନୁଷ୍ଠତ ହେବ ବୋଲି କୁହାଯାଇଛି । ଏହି ସମ୍ମିଳନୀରେ ଭାରତ -ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ତିରିଶରୁ ଅଧିକ ସେନା ମୁଖ୍ୟ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି । ଏହି ସମ୍ମିଳନୀରେ ସୁରକ୍ଷା ସହଯୋଗ ଏବଂ ସାମୂହିକ ରଣନୀତି ଉପରେ ବିଚାର ବିମର୍ଶ କରାଯିବ। ଏଥିରେ ପାରସ୍ପରିକ ସ୍ୱାର୍ଥ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଦେଖା ଦେଉଥିବା ସଙ୍କଟ ସମାଧାନରେ ସାମରିକ କୂଟନୀତିର ଭୂମିକା ଉପରେ ମଧ୍ୟ ଆଲୋଚନା ହେବ।