ବ୍ୟୁରୋ : ନ୍ୟୁଜିଲ୍ୟାଣ୍ଡ ଆଉ ଗୋଟିଏ ମ୍ୟାଚ୍ ରେ ଏକ ତରଫା ବିଜୟ ହାସଲ କରିଛି । ୫ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ଆୟୋଜନ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ଜିତି ନେଇଛି । ଏହି ମ୍ୟାଚ୍ ଟି ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିଲା । ଏହି ବିଜୟ ସହ ଟି-୨୦ ସିରିଜରେ କ୍ୱିୱି ଟିମ ୨-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ମ୍ୟାଚ୍କୁ ଦଳ ୯ ୱିକେଟରେ ୧୦ ଓଭର ପୂର୍ବରୁ ଜିତିଥିଲା। ପାକିସ୍ତାନ ପ୍ରଥମ ମ୍ୟାଚ୍ରେ କେବଳ ୯୧ ରନ କରି ପାରିଥିଲା।
ଦ୍ୱିତୀୟ ଟି-୨୦ରେ ବର୍ଷା କାରଣରୁ ୧୫ ଓଭର ବିଶିଷ୍ଟ ହୋଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ୯ ୱିକେଟ ରେ ହରାଇ ୧୩୫ ରନ କରିଥିଲା। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଆଗରେ ଏହି ସ୍କୋର ଫିକା ପଡ଼ି ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ୧୩.୧ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି । ପ୍ରଥମ ଟି-୨୦ ଭଳି ଦ୍ୱିତୀୟ ମ୍ୟାଚରେ ମଧ୍ୟ ପାକିସ୍ତାନୀ ବୋଲର ନ୍ୟୁଜିଲ୍ୟାଣ୍ଡ ବ୍ୟାଟରଙ୍କ ଆଗରେ ଫିକା ପଡ଼ି ଯାଇଛନ୍ତି ।
ଦଳର ଷ୍ଟାର ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ କ୍ୱିୱି ଟିମର ଓପନର ଟିମ ଶୈଫର୍ଟ ୪ ବଲରେ ୪ ଛକା ମାରି ନିଜର ପାରିବା ପଣିଆ ଦେଖାଇଛନ୍ତି । ୨୨ ବଲରେ ୪୫ ରନର ଇନିଂସ ଖେଳିଥିବା ଶୈଫର୍ଟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ଶାହୀନ ୩ ଓଭରରେ ମୋଟ ୩୧ ରନ ଦେଇଛନ୍ତି। କିନ୍ତୁ ଏହା ମଧ୍ୟରୁ ୨୬ ରନ ଗୋଟିଏ ଓଭରରୁ ଆସିଛି। ଏହି ଓଭରରେ ନ୍ୟୁଜିଲ୍ୟାଣ୍ଡର ୱିକେଟ କିପର ବ୍ୟାଟର ଶୈଫର୍ଟ ତାଙ୍କୁ ୪ ବଲରେ ୪ ଛକା ମାରିଥିଲେ।
ପ୍ରଥମ ଓଭରରେ କୌଣସି ରନ ଦେଇ ନଥିବା ଆଫ୍ରିଦି ନିଜର ଦ୍ୱିତୀୟ ଓଭରର ପ୍ରଥମ ଦୁଇ ବଲରେ ୨ଟି ଛକା ଖାଇଥିଲେ। ପରବର୍ତ୍ତୀ ବଲ ଡଟ ହୋଇଥିଲା। ୪ର୍ଥ ବଲରେ ୨ ରନ ନେଇ ଶୈଫର୍ଟ ଷ୍ଟ୍ରାଇକ ନିଜ ପାଖରେ ରହିଥିଲା। ଏହାପରେ ଶେଷ ଦୁଇ ବଲରେ ୨ଟି ଛକା ମାରିଥିଲେ। ସେ ଗୋଟିଏ ଛକା ୧୧୯ ମିଟର ଦୂରତାକୁ ମଧ୍ୟ ମାରିଛନ୍ତି।