ଭୁବନେଶ୍ୱର: ବଜେଟ କୁ ନେଇ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତିଙ୍କ ପ୍ରତିକ୍ରିୟା , ଗତକାଲି ଆଗତ ହୋଇଥିବା କେନ୍ଦ୍ରୀୟ ବଜେଟ ପାଇଁ ଓଡିଶା ବାସୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛି । ଏହି ଜନକଲ୍ୟାଣମୁଖୀ ବଜେଟ ଓଡିଶା କୁ କିପରି ଲାଭ ଦେବ ସେପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସେପାଇଁ ଧନ୍ୟବାଦ ଦେଉଛି । ଓଡିଶା ଏହି ବଜେଟ ରେ ମହିଳା ବିକାଶ , ପୋଷଣ , ମହିଳାଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ ହେବ ।
ସେହିପରି ଏହି ବଜେଟ ରେ କୃଷକ ମାନଙ୍କୁ ଯେଭଳି ପ୍ରାଧାନ୍ୟ ଦେଇଛନ୍ତି ତାହା ମଧ୍ୟ ବେଶ ଲାଭ ଦେବ । ଜଳ ସେଚନ ପାଇଁ ବିଶେଷ ବ୍ୟବସ୍ଥା, ଆଧୁନିକୀକରଣ ଚାଷ ସବୁଠାରୁ ଅଧିକ ଲାଭନ୍ବିତ ହେବ ଓଡିଶା । ଓଡିଶା ରେ ଡାଲି ଓ କପା ଚାଷୀ ଅଧିକ ଏଣୁ ଏହି କ୍ଷେତ୍ରରେ ସରକାର ଯେଉଁ ବଜେଟ ରେ ପ୍ରାଧାନ୍ୟ ଦେଇଛନ୍ତି ତାହା ମଧ୍ୟ ଓଡିଶା ଚାଷୀ ଅଧିକ ଲାଭ ନେଇପାରିବେ। ଯୁବକ ମାନଙ୍କୁ ନୂଆ ଇନଭେସନ ହେବ। ଅଟଳ ଟିକରିଂ ସେଣ୍ଟର ଆଗାମୀ ଦିନରେ ଯୁବକ ମାନଙ୍କୁ କୁଶଳୀ କରିବ , ଦକ୍ଷତା ବିକାଶ କରି ରୋଜଗାରକ୍ଷମ ନେଇ ବ୍ୟାପକ ଯୋଜନା କରିଛନ୍ତି କରାଯାଇଛି।
ପର୍ଯ୍ୟଟନ ଶିଳ୍ପ ପାଇଁ ବଜେଟ ରେ ଅଧିକ ଗୁରୁତ୍ୱ ଦେବା ଯେଉଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ସେସବୁ କ୍ଷେତ୍ରରେ ସିଂହ ଭାଗ ଓଡିଶା ହେବ। ସର୍ବପରି ବଜେଟ ପାଇଁ ବିଜେପି ସମଗ୍ର ଓଡିଶା ର ଲୋକଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବହୁତ ବହୁତ ଅଭିନନ୍ଦନ ଶୁଭେଚ୍ଛା ଜଣାଉଛି ।