ଜାନୁଆରୀ ମାସରେ ହିଁ ଓଡିଶାକୁ ମୋର ଏହା ଦ୍ୱିତୀୟ ଗସ୍ତ କହିଲେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ୱର: ଜୟ ଜଗନ୍ନାଥ କହି ଭାଷଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ମୋ ଡ଼ିଏନରେ ଓଡ଼ିଶା ଅଛି। ଜାନୁଆରୀ ମାସରେ ହିଁ ଓଡିଶା କୁ ମୋର ଏହା ଦ୍ୱିତୀୟ ଗସ୍ତ । କିଛି ଦିନ ତଳେ ପ୍ରବାସୀ ଭାରତୀୟ ସମ୍ମିଳନୀ କୁ ଆସିଥିଲି ।  ଉତ୍କର୍ଷ ଓଡ଼ିଶାର ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ପୁଞ୍ଜି ନିବେଶ ସମ୍ମିଳନୀ । ପୂର୍ବ ଅପେକ୍ଷା ୫ ଗୁଣ ଅଧିକ ପୁଞ୍ଜି ନିବେଶ କାରୀ ଯୋଗ ଦେଇଛନ୍ତି । ଆୟୋଜନ ପାଇଁ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଦେଉଛି ।  ଦେଶର ବିକାଶ ରେ ପୂର୍ବ ଭାରତର ଗ୍ରୋଥ ଇଞ୍ଜିନି । ଓଡ଼ିଶା ର ଭୂମିକା ସେଥିରେ ଗୁରୁତ୍ୱପୂର୍ଣ୍ଣ । ଇତିହାସ କହୁଛି ଓଡ଼ିଶା ଟ୍ରେଡ଼ ହବ ଥିଲା । ସାଉଥ ଇଷ୍ଟ ଏସିଆ ର ପ୍ରମୁଖ  ବ୍ୟବସାୟ କେନ୍ଦ୍ର ଥିଲା ଓଡିଶା । ଓଡିଶା ଥିଲା ବ୍ୟବସାୟ ର ଗେଟ ୱେ।  ଓଡିଶା ତାର ଅତୀତର ଗୌରବ କୁ ପୁଣି ଥରେ ପୁନ ନିର୍ମାଣ କରୁଛି ।  ଓଡିଶାରେ ସମ୍ଭାବନାର ଦ୍ୱାର ଖୋଲୁଛି। ସମସ୍ତ ନିବେଶକ ଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ କହିଲେ ଏହି ସମୟ ପ୍ରକୃତ ସମୟ ।

ଓଡିଶା ବିକାଶ ଯାତ୍ରା ରେ ଆପଣ ଙ୍କ ନିବେଶ ଆପଣଙ୍କୁ ସଫଳତା ର ଶୀର୍ଷ ରେ ପହଞ୍ଚାଇବ । ଏହା ମୋଦି ଗ୍ୟାରେଣ୍ଟି ।  ଓଡିଶାରେ ନୂଆ ଭାରତ ନିର୍ମାଣର ପ୍ରର୍ଯ୍ୟାପ୍ତ ସମ୍ଭାବନା ରହିଛି। ଓଡ଼ିଶା ବାସୀ ଙ୍କ କୌଶଳ, ପରିଶ୍ରମ ଓ ସଚୋଟତା ମୁଁ ଗୁଜରାଟ ରେ ଅନୁଭବ କରିଛି ।  ଖୁବଶୀଘ୍ର ଓଡ଼ିଶା ଏତେ ଉଚ୍ଚ ଶିଖର ରେ ପହଁଚିବ ଯେ କେହି କେବେ କଳ୍ପନା କରି ନଥିବେ। ନିବେଶକ ମାନଙ୍କ ପାଇଁ ଦେଶରେ ଆଗୁଆ ରାଜ୍ୟ ଭିତରେ ଓଡ଼ିଶା ଏକ ନଂ ଭାରତର ଟ୍ରେଣ୍ଡ ବଦଳୁଛି । ଓଡ଼ିଶାରେ ଯେଉଁ ସମ୍ପଦ ଅଛି ସେହି କ୍ଷେତ୍ରର ଶିଳ୍ପ ଓଡ଼ିଶାରେ ହେଉ ତାହା ପାଇଁ ଆମ ସରକାର କାମ କରୁଛି। ସମୟର ଓ ନିଜର ଆବଶ୍ୟକତା ଅନୁଯାୟୀ ଆମକୁ ପରିବର୍ତ୍ତନ ହେବାକୁ ପଡ଼ିବ। ରିନେବୁଲ ଏନର୍ଜି ଓ ଗ୍ରୀନ ହାଇଡ୍ରୋଜେନ କୁ ନେଇ ଓଡ଼ିଶାରେ ପର୍ଯ୍ୟାପ୍ତ ସମ୍ଭାବନା ଅଛି ।  ଓଡ଼ିଶାରେ ପେଟ୍ରୋ ଓ ପେଟ୍ରୋ କେମିକାଲ ପାଇଁ ବି ସମ୍ଭାବନା ରହିଛି। ଓଡିଶା ରେ ଶିଳ୍ପ ର ଲଜିଷ୍ଟିକ ଦାମ କମ କେମିତି ହେବ ସେଥିପାଇଁ ନୂଆ ପୋର୍ଟ ନିର୍ମାଣ କରାଯାଉଛି। ବ୍ଲୁ-ଇକୋନୋମି ରେ ଦେଶର ଅଗ୍ରଣୀ ରାଜ୍ୟରେ ସାମିଲ ହେବ ଓଡ଼ିଶା। ଯେଉଁ କ୍ଷେତ୍ରରେ ରହିଛନ୍ତି ସେହି କ୍ଷେତ୍ରର ଅଣୁ କ୍ଷୁଦ୍ର ଉଦ୍ୟୋଗ ଓ ଯୁବ ଉଦ୍ୟୋଗୀ ଙ୍କୁ support କରନ୍ତୁ। ଶିଳ୍ପ ପତି ଓ ଓଡିଶା ସରକାର ମିଳିତ ଭାବେ ଏଠି ଏକ ଆଧୁନିକ ଇକୋ ସିଷ୍ଟମ ପ୍ରସ୍ତୁତ କରନ୍ତୁ ।

ଏଠିକାର ଯୁବକ ଙ୍କୁ ଓଡ଼ିଶାରେ ହିଁ ନିଯୁକ୍ତି ଦିଅନ୍ତୁ । ଓଡିଶା ଶସକ୍ତ ହେବ, ସମୃଦ୍ଧ ହେବ ଓ ଉତ୍କର୍ଷ ହେବ। ଓଡିଶା ପର୍ଯ୍ୟଟନ ର କଥା କହିଲେ ପ୍ରଧାନମନ୍ତ୍ରୀ । ଭାରତ କୁ ବୁଝିବାକୁ ହେଲେ ଓଡ଼ିଶା କୁ ଦେଖନ୍ତୁ । ଏଠାକାର ଆଧ୍ୟାତ୍ମିକ, ଜଙ୍ଗଲ, ପର୍ଯ୍ୟଟନ, ସମୁଦ୍ର କୁ ଦେଖିବାକୁ ହେବ। ଜି ୨୦ ସମ୍ମିଳନୀରେ ଆମେ କୋଣାର୍କ ସୂର୍ଯ୍ୟ ମନ୍ଦିର ର ଚକ୍ର କୁ ସ୍ଥାନିତ କରିଥିଲୁ। ଓଡ଼ିଶାର ପ୍ରାକୃତିକ ସୁନ୍ଦରତା ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ ଉତ୍କୃଷ୍ଟ କନଭେସନ ଟୁରିଯିମି ପାଇଁ ଓଡ଼ିଶାରେ ବି ପର୍ଯ୍ୟାପ୍ତ ସମ୍ଭାବନା ରହିଛି। ଆସନ୍ତା ମାସ ରେ ପ୍ରଥମ ଥର ପାଇଁ ଭାରତ ରେ ଅଡ଼ିଓ ଭିଯୁଆଲ ସମିଟ ହେବ। ଓଡ଼ିଶାରେ ବି ଏଥିପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି। ବିକଶିତ ଭାରତ ରେ ଓଡ଼ିଶାର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । କେନ୍ଦ୍ର ସରକାର ଆପଣ ଙ୍କ ସହ ଛିଡା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ରେ ମୁଁ ଓଡ଼ିଶା ୩୦ ଥର ଆସି ସାରିଛି ସ୍ୱାଧୀନତା ପରେ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତେ ମିଶିକି ଯେତିକି ଥର ଓଡିଶା ଆସି ନାହାନ୍ତି ମୁଁ ଏକା ତା ଠୁ ଅଧିକ ଆସିଛି । ଏହା ହିଁ ଆପଣ ମାନଙ୍କ ଭଲ ପାଇବା।