ଭୁବନେଶ୍ୱର-: ଏଥର ସ୍କୁଲରେ ଆଡ଼ମିଶନ ପାଇଁ ଆବଶ୍ୟକ ହେବ ଆଧାର କାର୍ଡ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ ତାଙ୍କର ଆଧାର କାର୍ଡ କେମିତି ହୋଇପାରିବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ସ୍କୁଲ ଡ୍ରପ୍ ଆଉଟ୍ ଛାତ୍ରଙ୍କୁ ନେଇ ଗଣଶିକ୍ଷା ବିଭାଗ ଏବଂ ଚାଇଲ୍ଡ ଟ୍ରାକିଂ ସର୍ଭେ ବିଭାଗ ତରଫରୁ କରାଯାଇଛି । ପିଲା କେଉଁ କାରଣରୁ ଡ୍ରପ୍ ଆଉଟ୍ ହେଉଛନ୍ତି ଏବଂ ସ୍କୁଲକୁ ଯାଉନାହାନ୍ତି ଏନେଇ ୧୮ ବର୍ଷ ବୟସର ପିଲା ମାନଙ୍କର ସର୍ଭେ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସର୍ଭେ ରିପୋର୍ଟ ଆସିଲା ପରେ ପଦକ୍ଷେପ ନେବେ ସରକାର । ସରକାର ରିପୋର୍ଟକୁ ଅଧ୍ୟୟନ କରି କ’ଣ କରାଗଲେ ଡ୍ରପ୍ ଆଉଟ୍ କମିବ, ସେହି ଅନୁସାରେ ପଦକ୍ଷେପ ନେବେ । ଏଥି ସହିତ ସରକାରଙ୍କ ପକ୍ଷରୁ ଏସସି ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ କମାଇବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି ।