ଦିନେ ଚାକିରି ଛାଡି କ୍ଲିନିକ୍‌ ଆରମ୍ଭ କରିଥିଲେ ଏବେ ୧୧,୪୦୦ କୋଟି ଟଙ୍କାର ବ୍ୟବସାୟ ସାମ୍ରାଜ୍ୟର ମାଲିକ

0

ନୂଆଦିଲ୍ଲୀ: ଗୁରୁଗ୍ରାମର ବାସିନ୍ଦା ଡକ୍ଟର ଗରିମା ସାହାନୀ | ଆପଣ ହୁଏତ ତାଙ୍କ ନାମ କେବେ ଶୁଣି ନଥିବେ | କିନ୍ତୁ ବର୍ତମାନ ତାଙ୍କ ବିଷୟରେ ଜାଣିବା ପରେ ଆଶର୍ଯ୍ୟା ହେବେ ନିଶ୍ଚୟ | ସେ ନିଜ କ୍ୟାରିୟର ଛାଡି ଦିନେ ପ୍ରିିଷ୍ଟିନ କେୟାରର ସ୍ଥାପନା କରିଥିଲେ। ଏହି ସଫଳ ମହିଳା ମାତ୍ର ୧୦ ବର୍ଷ ମଧ୍ୟରେ ଏବେ ୧୧,୪୦୦ କୋଟି ଟଙ୍କାର ଚିକିତ୍ସା ସାମ୍ରାଜ୍ୟ ଗଠନ କରିଛନ୍ତି।

ପ୍ରକୃତରେ ୨୦୧୮ ମସିହାରେ ଡାକ୍ତର ଗରିମା ସାହାନୀ, ତାଙ୍କ ସ୍ୱାମୀ ବୈଭବ ଏବଂ ତାଙ୍କର ଜଣେ ସାଙ୍ଗ ମିଳିତ ଭାବେ ପ୍ରିଷ୍ଟିନ କେୟାର କ୍ଲିନିକ୍‌ ପ୍ରତିଷ୍ଠା କରିଥିଲେ। ସମୟ କ୍ରମେ ସେମାନେ ଏକ ସ୍ୱତନ୍ତ୍ର ଢଙ୍ଗରେ ସେମାନଙ୍କ କ୍ଲିନିକ୍‌ ନେଟୱାର୍କକୁ ବିସ୍ତାର କରିଥିଲେ ଏବଂ ଏହି କ୍ରମରେ ଏବେ ସେମାନେ ୧୧,୪୦୦ କୋଟି ଟଙ୍କା ମୂଲ୍ୟର ଏକ ବ୍ୟବସାୟିକ ସାମ୍ରାଜ୍ୟ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି। କ୍ରିଷ୍ଟିନ କେୟାରର ପ୍ରତିଷ୍ଠା ପରେ ଡାକ୍ତର ଗରିମା ସାହାନୀ ଏହାକୁ ଏକ ନୂଆ ରୂପ ଦେଇ ଏକ ପରୀକ୍ଷା ଆରମ୍ଭ କରିଥିଲେ ଏବଂ ଏହି ପରୀକ୍ଷଣ ବହୁତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା। ବାସ୍ତବରେ, ସେମାନଙ୍କର ଏହି ନୂତନ ଯୋଜନା ଥିଲା ଡାକ୍ତରଖାନାରେ ଥିବା ଖାଲି ସ୍ଥାନ, ଚିକିତ୍ସା ଉପକରଣ, କର୍ମଚାରୀ ଏବଂ ଡାକ୍ତରଙ୍କୁ ବ୍ୟବହାର କରି ରୋଗୀଙ୍କ ଚିକିତ୍ସା କରିବା। ଏହି ସମଗ୍ର ପ୍ରକ୍ରିୟା ପାଇଁ ସେମାନଙ୍କୁ ପାଣ୍ଠିର ଆବଶ୍ୟକତା ଥିଲା ଏବଂ ଏହି ସମୟରେ ସିକୋଇଆ କ୍ୟାପିଟାଲ୍ ଏକ ନିବେଶକ ଭାବରେ ସେମାନଙ୍କ ନିକଟକୁ ଆସିଥିଲା।

ଏହି ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ହେବାର ମାତ୍ର ତିନି ବର୍ଷ ମଧ୍ୟରେ ୟୁନିକର୍ଣ୍ଣରେ ପରିଣତ ହୋଇଥିଲା। ବର୍ତ୍ତମାନ ଏହି କମ୍ପାନିର ମୂଲ୍ୟ ୧.୪ ବିଲିୟନ ଡଲାର ବା ୧୧,୪୦୦ କୋଟି ଟଙ୍କା ରହିଛି। ଡାକ୍ତର ଗରିମା ସାହାନୀଙ୍କ ଡାକ୍ତରୀ ପ୍ରକଟିସ୍‌ରୁ ଏହି ଉଦ୍ୟୋଗ ପାଇଁ ତାଙ୍କ ମନରେ ବିଚାର ଆସିଥିଲା। ପ୍ରିଷ୍ଟିନ୍‌ କେୟାରରେ ୧୫ ଲକ୍ଷ ରୋଗୀ ଅଛନ୍ତି ଏବଂ ଏହା ୪୨ରୁ ଅଧିକ ସହରରେ ରହିଛି। କମ୍ପାନି ନିଜର ବ୍ୟବସାୟ ବୃଦ୍ଧି କରିବା ସହିତ ୮୦୦ରୁ ଅଧିକ ହସ୍ପିଟାଲ ସହ ଭାଗିଦାରୀ କରିଛି। ୨୦୨୪ ଆର୍ଥିକ ବର୍ଷ ସୁଦ୍ଧା ୧୦୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ ପ୍ରିଷ୍ଟିନ୍‌ କେୟାର ଲକ୍ଷ୍ୟ ରଖିଛି। ୨୦୨୨ ଆର୍ଥିକ ବର୍ଷରେ କମ୍ପାନି ୩୫୦ କୋଟି ଟଙ୍କା ଆୟ କରିଥିଲା।