ଚଳିତ ବର୍ଷ ୨୦୨୨ ମାଟ୍ରିକ ପରୀକ୍ଷାରେ ୪୪୨୪୫ ଜଣ ଅନୁପସ୍ଥିତ

ଗୃହ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ

0

ଭୁବନେଶ୍ୱର: ଚଳିତ ବର୍ଷ ୨୦୨୨ ମାଟ୍ରିକ ପରୀକ୍ଷାରେ ୪୪୨୪୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଏ ବିଷୟରେ ତଦନ୍ତ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଜିଲ୍ଲାୱାରୀ ଅନୁପସ୍ଥିତ ରହିଥିବା ପିଲାଙ୍କ ସଂଖ୍ୟା ଗୃହରେ ଦେଇଥିଲେ। ତାଲିକାରେ ମୟୁରଭଞ୍ଜ ଜିଲ୍ଲା ସବୁଠୁ ଉପରେ ରହିଛି। ୪୪୬୨ ପିଲାଙ୍କ ଅନୁପସ୍ଥିତ ସହ ମୟୁରଭଞ୍ଜ ଉପରେ ଥିବା ବେଳେ ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ରହିଛି। ଯେଉଁଠି ୩୨୭୩ ପିଲା ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ।  ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଲିଖିତ ଉତ୍ତର ଦେଇଥିଲେ।

ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୪। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୦। ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଉଚ୍ଚ ବିଦ୍ୟାଳୟରେ ୧୧ହଜାର ୪୦୩ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହି ସମୟ ସୁଦ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮୫୨ ଶିକ୍ଷକ ଖାଲି ଅଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭୪ ପଦବୀ ଖାଲି ପଡ଼ିଛି। ୪୮୮ ବର୍ଗର ୨୨୬ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ୬୬୨ ବର୍ଗର ୫୫୫,୪୩ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୧ ପଦବୀ ଖାଲି ପଡ଼ିଛି। ସରକାରୀ ସ୍କୁଲରେ ପ୍ରତି ପିଲାଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ସେନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରଶ୍ନ କରିଥିଲେ। ୨୦୨୧ ଆର୍ଥିକ ବର୍ଷରେ ରାଜ୍ୟର ୬ ରୁ ୧୪ ବର୍ଷ ପିଲାଙ୍କ ପାଇଁ ୨୫ ହଜାର ୫୬ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ୨୦୧୪-୧୫ ରେ ରାଶି ଥିଲା ୯ ହଜାର ୧୮୪ ଟଙ୍କା ରହିଥିଲା।