ନୂଆଦିଲ୍ଲୀ: ଗୁରୁ ଦିବସରେ ରାଷ୍ଟ୍ରିୟ ଶିକ୍ଷକ ପୁରସ୍କାର ବିତରଣ କରାଯାଇଛି । ଚଳିତ ବର୍ଷ ୭୫ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରିୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି । ୫୦ଜଣ ସ୍କୁଲ ଶିକ୍ଷକ, ୧୩ଜଣ ଉଚ୍ଚଶିକ୍ଷା ବିଭାଗର ଶିକ୍ଷକ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ୧୨ଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷକ ଦିବସ ଅବସରରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ଭିଗୟାନ ଭବନରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଯୋଗ୍ୟତା ପ୍ରମାଣପତ୍ର ସାଙ୍ଗକୁ ନଗଦ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହା ସାଙ୍ଗକୁ ରୌପ୍ୟ ପଦକ ମଧ୍ୟ ପ୍ରଦାନ କରାଯାଇଛି । ତେଲେଙ୍ଗାନାର ଅର୍ଚ୍ଚନା ନୋଗୁରୀ ନାମଲେଖା ହାରରେ ଉନ୍ନତି ଆଣିବା ସହ ଡ୍ରପଆଉଟ୍ ହ୍ରାସ କରିବାରେ ସଫଳ ହୋଇଛନ୍ତି । ତେଣୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ପଶ୍ଚିମବଙ୍ଗର ଶିକ୍ଷକ ଡକ୍ଟର ଚନ୍ଦନ ମିଶ୍ର, ବିହାରର ଶିକ୍ଷକ ଦ୍ୱିଜେନ୍ଦ୍ର କୁମାର, କେରଳର ମୁଜିବ ରହୀମାନ କେ ୟୁ, ଆନ୍ଧ୍ରପ୍ରଦେଶର ଏମ ଭାସ୍କର ରାଓ, ଜାମ୍ମୁ କାଶ୍ମୀରର ୧୧ ଜଣ ଶିକ୍ଷକ, ନାଗାଲାଣ୍ଡର୧୮ଜଣ ଶିକ୍ଷକ, ଓଡିଶାର ସାଶି ସେଖର କରଶମା ଏବଂ ଜଗତ୍ସିଂହପୁରର ଅବସରପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତଙ୍କ ପରି ଅନେକ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।