ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଠାରେ ଚଳିତ ବର୍ଷର ବଡ଼ ଗଣେଶ ଉତ୍ସବ ପାଳିତ ହୋଇଛି

0

ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳର କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଠାରେ ଚଳିତ ବର୍ଷର ବଡ଼ ଗଣେଶ ଉତ୍ସବ ପାଳିତ ହୋଇଛି । ଗଣେଶ ଚତୁର୍ଥୀ ଠାରୁ ଏହି ଉତ୍ସବ ୭ ଦିନ ବ୍ୟାପୀ ମହା ଆଡମ୍ବର ସହକାରେ ଆୟୋଜିତ ହୋଉଛି । ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଏହି ପୂଜା ମଣ୍ଡପରେ ପହଂଚି ଗିରିଜା ନନ୍ଦନ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାର୍ଚନା କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । କୁହୁଣ୍ଡା ଗାଁ’ର ବଡ ଗଣେଶ ଉତ୍ସବର ବେଶ ପ୍ରସିଦ୍ଧି ରହିଛି । ମାହାଙ୍ଗା ବ୍ଲକ ଅଂଚଳର ଏହି ବଡ଼ ଗଣେଶ ମୂର୍ତ୍ତିକୁ ପୂଜାର ୧ ମାସ ପୂର୍ବରୁ କାରିଗର ମାନେ ତିଆରି କରିବା ଦେଖିବାକୁ ମିଳେ । ଏବଂ ଗଣେଶ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ଗାଁ’ର ପ୍ରତ୍ୟେକ ପରିବାର ସହଯୋଗ କରିଥାନ୍ତି । ପ୍ରତିଦିନ ଭଜନ ସନ୍ଧ୍ୟା, ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବ ଆୟୋଜନ ଗାଁ’ରେ ଶାନ୍ତି-ମୈତ୍ରୀ ଓ ଭାଇଚାରା ସୃଷ୍ଟି କରିବା ପ୍ରମୁଖ କାରଣ ବୋଲି ଉତ୍ସବ କମିଟିର ମୁଖ୍ୟ ଉପଦେଷ୍ଠା ରବୀନ୍ଦ୍ର ନାଥ ଦାସ ପ୍ରକାଶ କରିଛନ୍ତି ।