ନୂଆ ରେକର୍ଡ କଲା ଚଳିତ ବର୍ଷର କେଦାର ନାଥ ଧାମ ଯାତ୍ରା । ମାତ୍ର ୧୮ ଦିନରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି । ଯାହାକି କେଦାର ନାଥ ଯାତ୍ରା ଇତିହାସରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ବାବା କେଦାରନାଥଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନ ଥିବା ଭିଡ ଜମୁଛି । କେଦାର ଘାଟିରୁ କେଦାରନାଥ ଧାମ ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ଗହଳି ଦେଖିବାକୁ ମିଳୁଛି ।
ଚଳିତ ବର୍ଷ ଆଶାଠାରୁ ଅଧିକ ତୀର୍ଥଯାତ୍ରୀ ବାବାଙ୍କ ଦର୍ଶନ ପାଇଁ ଆସୁଛନ୍ତି ଏବଂ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଚାଲିଛନ୍ତି । ପୂର୍ବ ଯାତ୍ରାର ସମସ୍ତ ରେକର୍ଡ ଭାଙ୍ଗି ଏଥର ମାତ୍ର ୧୮ ଦିନରେ ୫ ଲକ୍ଷ ରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିସାରିଲେଣି ।
ଆରମ୍ଭରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତିଦିନ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ କେଦାରନାଥ ଧାମ ଆସୁଛନ୍ତି । ପ୍ରଶାସନ ମଧ୍ୟ ଏହି ଯାତ୍ରା ଉପରେ ତିକ୍ଷ୍ନ ନଜର ରଖିଛି । ପାଦଚଲା ରାସ୍ତା ସହ ଶୌଚାଳୟ , ବିଦ୍ୟୁତ, ଯୋଗାଯୋଗ , ରହିବା ଏବଂ ଖାଇବା ଭଳି ସୁବିଧା ଉପଲବ୍ଧ କରାଯାଉଛି । ଏହା ବ୍ୟତୀତ ପ୍ରତ୍ୟେକ ହେଲିପ୍ୟାଡ , ଧାମ, ପାଦଚଲା ରାସ୍ତ ,ଟ୍ରାଭେଲ ହଲ ଏବଂ ରାଜପଥରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଉଛି ।
ଯାତ୍ରୀଙ୍କ ସୁରକ୍ଷା ତଥା ସେବା ପାଇଁ ରୁଦ୍ରପ୍ରୟାଗ ପ୍ରଶାସନ ତରଫରୁ ପିଆରଡି ହୋମଗାର୍ଡ, ପୋଲିସ, ଏସଡିଆରଏଫ , ଯାତ୍ରା ମ୍ୟାନେଜମେଣ୍ଟ ଫୋର୍ସ , ଡିଡିଆର ଏଫ ଯବାନମାନଙ୍କ ସହ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । ସୋନପ୍ରାୟାଗ , ଗୋରøକୁଣ୍ଡ ,ପାଦଚଲା ରାସ୍ତା ମୁଖ୍ୟ ଷ୍ଟପେଜ ଏବଂ କେଦାରନାଥ ଧାମରେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଯାଞ୍ଚ କରାଯାଉଛି । ପାଦଜଲା ରାସ୍ତାରେ ଯେପରି ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନ ହୁଏ , ସେଥିପାଇଁ ଏକ ମନିଟରିଂ ଟିମ ମଧ୍ୟ ମୁତୟନ କରାଯାଇଛି ।