କରୋନା ସଂକ୍ରମିତ ହୋଇନଥିବା ବ୍ୟକ୍ତି ତୁରନ୍ତ ଟୀକା ନେବା ଆବଶ୍ୟକ

ରାଜଧାନୀ ଦିଲ୍ଲୀରେ ଏବେ କରୋନା ମହାମାରୀ ସ୍ଥିତିରେ ସୁଧାର ଆସିଛି । ତେଣୁ ଯେଉଁ ଲୋକମାନେ ଏବେ ସୁଦ୍ଧା କରୋନା ସଂକ୍ରମିତ ହୋଇ ନାହାଁନ୍ତି ଏବଂ ଟିକା ନେଇ ନାହାଁନ୍ତି ସେମାନେ ଏବେ ଟିକା ନେବା ଉଚିତ ।

0

(ଦିଲ୍ଲୀ) : ରାଜଧାନୀ ଦିଲ୍ଲୀରେ ଏବେ କରୋନା ମହାମାରୀ ସ୍ଥିତିରେ ସୁଧାର ଆସିଛି । ତେଣୁ ଯେଉଁ ଲୋକମାନେ ଏବେ ସୁଦ୍ଧା କରୋନା ସଂକ୍ରମିତ ହୋଇ ନାହାଁନ୍ତି ଏବଂ ଟିକା ନେଇ ନାହାଁନ୍ତି ସେମାନେ ଏବେ ଟିକା ନେବା ଉଚିତ । ସମସ୍ତଙ୍କୁ ଟିକାକରଣ ହୋଇ ପାରିଲେ ଯାଇ ଆଗକୁ କରୋନା ସ୍ଥିତିକୁ ନିୟନ୍ତ୍ରଣ କରି ହେବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ସୂଚନାନୁଯାୟୀ , ସେହିପରି ଧର୍ମଶିଳା କ୍ୟାନସର ହସ୍ପିଟାଲର ଡକ୍ଟର ଅଂଶୁମାନ କୁମାର କହିଛନ୍ତି ଯେ, ଏବେ କରୋନା ସ୍ଥିତି ଶାନ୍ତ ଅଛି। ଆମ ସମସ୍ତଙ୍କୁ ଟିକାକରଣ କରିବା ଉଚିତ୍। ଜୁଲାଇ ମାସ ସୁଦ୍ଧା ଯଦି ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବ ତେବେ ସଂକ୍ରମଣ ଉପରେ ଲଗାମ ଦେଇ ହେବ। ତେବେ ଡେଲ୍ଟା ପ୍ଲସ୍ ସଂକ୍ରମଣ ମାମଲା ଏବେ ଚିନ୍ତା ବଢାଇଛି। ଅପର ପକ୍ଷରେ ଆଶ୍ଵସ୍ତିର ବିଷୟ ବହୁ କମ୍ ଲୋକଙ୍କୁ ଦ୍ଵିତୀୟ ଥର ପାଇଁ କରୋନା ହେଉଛି। ତେଣୁ ସରକାରଙ୍କୁ ଖୁବ୍ ଶୀଘ୍ର ଅଧିକରୁ ଅଧିକ ଟିକାକରଣ କରିବା ଉଚିତ୍।