ମନ୍ଦିରକୁ ନେଇ ଯେଉଁମାନେ ରାଜନୀତି ରୋଟି ସେକିବାକୁ ଚାହୁଁଛନ୍ତି  ବନ୍ଦ କରନ୍ତୁ : ଆଇନମନ୍ତ୍ରୀ

0

ଭୁବନେଶ୍ୱର: ସିଧାସଳଖ ଭାବେ କୌଣସି ବି ଜାଗାରେ ଠାକୁରଙ୍କ ନିତିକାନ୍ତିରେ ବ୍ୟାଘାତ ଘଟିଲେ ସରକାର ଏହାକୁ ଗୁରୁତର ସହକାରେ ଦେଖିବେ। ଆଯୌତିକ ଭାବେ ନିତିକାନ୍ତି ବନ୍ଦ ହୋଇଥିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବେ ସରକାର।ଏହି ଘଟଣା ଏକ ଛୋଟ ସମସ୍ୟା କୁ ନେଇ ଘଟିଛି। ସେ ବାବଦରେ ଅନେକ କଥା ତର୍ଜମା ହେଇଚି। ଆଜି ଏହି କାରଣରୁ ଟ୍ରଷ୍ଟ ବୋର୍ଡର ଏକ ଜରୁରକାଳୀନ ବୈଠକ ଅପରାହ୍ନରେ ଡକାଯାଇଛି ।ଟ୍ରଷ୍ଟ ବୋର୍ଡ ସମସ୍ତ ସେବାୟତ ବନ୍ଧୁଙ୍କୁ ଅନୁରୋଧ କରିବ ତୁରନ୍ତ ସେବା ପୂଜାକୁ ଆରମ୍ଭ କରନ୍ତୁ ।କୌଣସି ସମୟରେ ଯେପରି ନିତିକନ୍ତି ବନ୍ଦ ପରି ଆଯୌତିକ କଥା ନ ହେଉ ସେଥିପାଇଁ ଟ୍ରଷ୍ଟ ବୋର୍ଡ ଏକ ଦୃଢ଼ ନିଷ୍ପତି ନେବେ। ଛତିଶା ପାଟକଙ୍କୁ ଏନେଇ ଜନେଇ ଦିଆଯିବ।

ଯେଉଁ ଗୋଟିଏ ସମସ୍ୟା ଥିଲା ସେବା ପୂଜାର ସତ୍ଵଲିପିର ଆଇନଗତ ଦିଗରେ ସମସ୍ୟା ରହିଛି।ସରକାର ଦ୍ବାରା ଗ୍ରହଣୀୟ ତା ପାଇ ପ୍ରକାଶ ପାଇଁ ଖୁବ୍ ଶୀଘ୍ର ସରକାର ବ୍ୟବସ୍ଥା କରିବେ। ଏଥି ପାଇଁ ଖୁବ୍ ଶୀଘ୍ର ଅବସର ପ୍ରାପ୍ତ ହାଇକୋର୍ଟ ଜଜ୍ ଙ୍କ ଅଧ୍ୟକ୍ଷତାରେ ଏକ ଏକାକ ସଦସ୍ୟ ବିଶିଷ୍ଟ କମିଶନ (single member commision) ସ୍ଥାପନ କରାଯିବ ଖୁବ୍ ଶୀଘ୍ର। କରିବା ପରେ ବିଭିନ୍ନ ନିଯୋଗ ସହ ସେ କଥା ହେବେ। ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ ସହ ଯାହା ତଥ୍ୟ ପୂର୍ବରୁ ଅଛି ତର୍ଜମା କରିବା ପରେ। କିଏ କେଉଁ ସେବା କରୁଥିଲେ ତାକୁ ନେଇ ୨ ମାସ ଭିତରେ ସମ୍ପୂର୍ଣ ଡ୍ରାଫ୍ଟ ବା ଅଦ୍ଭାଇଯାରି ଦେବେ। ରେକର୍ଡ ଅଫ୍ ରାଇଟ ଲାଗୁ କରିବା ପାଇଁ ଯେଉଁ ପ୍ରକ୍ରିୟା ତାହା ଦେବତ୍ତର ବିଭାଗ ଦେଖିବ।ଏହା ଲାଗୁ ହେବା ପରେ ସତ୍ୱାଲିପି ନେଇ ସେବାୟତ ଗୋଷ୍ଠୀ ଭିତରେ ଆଗାମୀ ଦିନରେ ସମସ୍ୟା ରହିବ ନାହିଁ। ଆମେ ସ୍ଥାୟୀ ସମାଧାନ ଚେଷ୍ଟା କରୁଛୁ। ଗୋଟିଏ କଥା ସ୍ପଷ୍ଟ ଯେଉଁମାନେ ଆସିଥିଲେ ଓ ଯେଉଁମାନେ ନ ଆସିଥିଲେ ସମସ୍ତଙ୍କୁ ଅନୁରୋଧ କୌଣସି ବି କଥାରେ ଯଦି ସମସ୍ୟା ହେଉଛି ଟ୍ରଷ୍ଟ ବୋର୍ଡ କୁ ଜାଣନ୍ତୁ। କିନ୍ତୁ ସେଇ ଅଳରେ ସେବାପୂଜା ବନ୍ଦ ହେବା କୁ ଗ୍ରହଣ କରିବେନି ସରକାର।ସେଥିରେ ଦରକାର ପଡ଼ିଲେ କଠୋର ପଦକ୍ଷେପ।ଆଜି ଠାରୁ ସତ୍ବଳିପି ର ପୁନାର୍ବିନ୍ୟାସ ନ ହେବା ଯାଏଁ ସେବା ପୂଜାରେ କୌଣସି ବ୍ୟାଘାତ ନ କରନ୍ତୁ ଏଥିପାଇଁ ସରକାର ଅନୁରୋଧ ସହ ଚେତାବନୀ ଦେଉଛନ୍ତି।  ଖୁବ୍ ଶୀଘ୍ର ନିତିକାନ୍ତି ସ୍ଵାଭାବିକ ହେବ। ଟ୍ରଷ୍ଟ ବୋର୍ଡ ମିଟିଂ ସରିବା ପରେ ସେବାପୂଜା ସ୍ଵାଭାବିକ ହେବା ଦାୟିତ୍ଵ ନିଆଯାଇଛି।ସେବାୟତ ବନ୍ଧୁ ସହଯୋଗ କରିବେ।

ଯେଉଁମାନେ ଆସିଲେନି ସେମାନଙ୍କୁ ସୂଚନା ଦିଆଯାଇଛି। ଏହି ଘଟଣାରେ କିଛି ଲୋକ ମୁଣ୍ଡ ପୁରାଇ ରାଜନୀତି କରି ରୁଟି ସେକିବା ପାଇଁ ଚାହୁଁଛନ୍ତି। ସେ କାମ କରିବାକୁ ଦିଆଯିବ ନି। ଏ ଅବନ୍ତର କାମ ଛାଡି ସେବା ପୂଜା କିପରି ହେବ ଚେଷ୍ଟା କରାଯିବ। ଖୁବ୍ ଶୀଘ୍ର ଲିଙ୍ଗରାଜ ଆଇନ ଆସିବ। ପ୍ରକ୍ରିୟା ଆରମ୍ଭ ହେଇଛି।