ଭୁବନେଶ୍ୱର : ଯାଜପୁରକୁ ଆସିଥିବା ଏହି ଅନୁଦାନକୁ ନେଇ ବିଧାନସଭାରେ ବିଜେପି ବିଧାୟକ ଅମର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ । ଯେ, ବିଗତ ତିନି ବର୍ଷରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଯାଜପୁର ଜିଲ୍ଲାକୁ କେତେ ଅନୁଦାନ ଆସିଛି? ଏଥିସହ ଏହି ପ୍ରକଳ୍ପ ଗୁଡିକ କେଉଁ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି? ଓ କେଉଁ ବ୍ଲକରେ କେତେ ଅର୍ଥ ବିନିଯୋଗରେ କେଉଁ କେଉଁ କାର୍ଯ୍ୟ ସମ୍ପାଦନ ହୋଇଛି ବୋଲି ପ୍ରଶ୍ନ କରିଥିଲେ ।
ଯାହାପରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଫଣ୍ଡ ରୁ ୨୦୨୧ ରୁ ୨୦୨୪ ବର୍ଷ ଅର୍ଥାତ ତିନି ବର୍ଷ ମଧ୍ୟରେ ୩ ହଜାର ୭୪ କୋଟି ୩୪ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଥିବା ଜଣା ପଡିଛି । ତେବେ ଏହି ପାଣ୍ଠିରୁ କେତେ ଟଙ୍କା ଯାଜପୁର ବିକାଶରେ ଖର୍ଚ୍ଚ ହୋଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।