ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

0

ବୈଜୟନ୍ତ ପଣ୍ଡା ଙ୍କୁ ହତ୍ୟା ଧମକ ଘଟଣା ଆଇନ ର ଆଶ୍ରୟ ନେଲେ ଜୟ ପଣ୍ଡା । ଦିଲ୍ଲୀ ପୋଲିସ ରେ ଅଭିଯୋଗ କଲେ ବୈଜୟନ୍ତ ପଣ୍ଡା । ଜୀବନରୁ ମାରିଦେବାକୁ ଆସିଥିଲା ଧମକ । କ୍ୟାବିନେଟ ମନ୍ତ୍ରୀ ନବ ଦାସ ସହ ଯାହା ଘଟିଛି ତମ ସହ ଘଟିବ ବୋଲି ମିଳିଥିଲା ଧମକ । ଏନେଇ ସତ୍ୟା ସତ୍ୟ ଜଣା ନ ପଡିବାରୁ ଆଇନ ର ଆଶ୍ରୟ ନେଇଛନ୍ତି ଜୟ ପଣ୍ଡା । ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ସୂତ୍ରରୁ ସୂଚନା ମିଳିଛି ।