ଦୁଇ ଗଞ୍ଜା ଓ ଗୋଟିଏ ଖାସି ସହ ୩ ଜଣ ଗିରଫ

0

ଅନୁଗୋଳ / ସୁଧାକର ସାହୁ:  ଥାନାକୁ ଗଲେ ଗଞ୍ଜା ଓ ବୋଦା। କଥା ଟି ଆପଣଙ୍କୁ ଅଡୁଆ ଲାଗୁଥିଲେ ମଧ୍ୟ କଥା ଟି ସତ୍ୟ। ହଁ ଦର୍ଶକ ବନ୍ଧୁ ଗଞ୍ଜା ଲଢେଇ ବେଳେ ଅନୁଗୁଳ ଟାଉନ ପୋଲିସ ଚଢାଉ କରି ଗଞ୍ଜା ସହ ଛେଳି ଓ ବାଜିରେ ଲାଗିଥିବା ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ଅନୁଗୁଳ ଟାଉନ ଥାନା ପକ୍ଷରୁ  ଟାଉନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଗୋପୀନାଥପୁର ପାଇକ ଢିପସାହିର ଅନ୍ଧମୁକ ସ୍କୁଲ ପାଖରେ ଥିବା ପଡିଆରେ ଚଢାଉ କରିଥିଲେ । ସେଠାରେ ଗଞ୍ଜା ଲଢେଇ କରି ଟଙ୍କା ବାଜି ଲଗାଇ ଜୁଆ ଖେଳ ହେଉଥିବାର ଦେଖି ଜୁଆ ଖେଳୁଥିବା ତିନି ଜଣ ଲୋକଙ୍କୁ କାବୁ କରି ନେଇଥିଲେ ପୋଲିସ । ଜୁଆ ଖେଳିବା ଅପରାଧରେ ଅନୁଗୁଳ ପୋଲିସ ସେମାନଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ଗୋପୀନାଥପୁରର ରାମ ସାହୁ , ସୁନ୍ଦରଗଡ ଜିଲ୍ଲାର ଦୁବରାଜ ସାହୁ ଓ ନାଲକୋ ସିପିପି ଟାଙ୍କି ହଟିଙ୍ଗରେ ରହୁଥିବା ଶିଦୁ ବିରୁଆ । ସେମାନଙ୍କ ନିକଟରୁ ଗୋଟିଏ ମୋଟରସାଇକଲ , ଦୁଇଟି ଗଞ୍ଜା , ଗୋଟିଏ ବୋଦା ସହ ୬୬ ହଜାର ୬୭୦ ଟଙ୍କା ଜବତ କରା ଯାଇଛି ।