ନଦୀରେ ଗାଧୋଇବା ବେଳେ ତିନି ସାଙ୍ଗ ବୁଡି ଯାଇ ଅଘଟଣ

0

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ବଛାଳସ୍ଥିତ ଦେବୀ ନଦୀରେ ଆଜି ଏକ  ଅଘଟଣ ଘଟିଯାଇଛି । ସ୍ତାନୀୟ ଦେବୀ ନଦୀରେ ଗାଧୋଇବା ବେଳେ ତିନି ସାଙ୍ଗ ବୁଡି ଯାଇ ଅଘଟଣ ଘଟିଛି । ଦୁଇ ଜଣଙ୍କୁ ସ୍ତାନୀୟ ଲୋକ ଉଦ୍ଧାର କରିଥିବାବେଳ ଦୁର୍ଭାଗ୍ୟବଶତଃ ଜଣଙ୍କର ମୃତ ଘଟିଛି  । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଆଜି ସ୍ତାନୀୟ ଦେବୀନଦୀକୁ ଶାନ୍ତନୁ ନାୟକ   ବିଶ୍ୱଜିତ୍ ରାଉତ ଓ ଅଭିଜିତ ଦାସ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ତିନିଜଣ ସାଙ୍ଗ ଗଭୀର ନଦୀ ଭିତରକୁ ପଶି ଆଉ ବାହାରି ପାରି ନଥିଲେ  । ଶାନ୍ତନୁ ଓ ବିଶ୍ୱଜିତଙ୍କୁ ସ୍ତାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଅଭିଜିତଙ୍କୁ ବିଳମ୍ବରେ ମୃତ ଅବସ୍ତାରେ ଉଦ୍ଧାର କରାଯାଇ ନାଉଗାଁ ଡାକ୍ତରଖାନା ଅଣାଯାଇଥିଲା  । ଡାକ୍ତର ସେଠାରେ ଅଭିଜିତଙ୍କୁ ମୃତ ଘୋଷାଣ କରିବା ପରେ ପୋଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ଜଗତସିଂହପୁର ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଏଭଳି ଦୁଖଦାୟକ ଘଟଣା ଯୋଗୁ ସ୍ତାନୀୟ ଅଂଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।