ଇୟର ଫୋନ ଦେଇ ପବଜୀ ଖେଳୁଥିଲେ ୩ ସାଙ୍ଗ, ମାଡି ଆସିଲା ଟ୍ରେନ୍

0

ପବଜୀ ଖେଳ ସାଜିଲା କାଳ । ଆକାଳରେ ଚାଲିଗଲା ୩ ନିରିହ ଜୀବନ । ପବଜୀ ଖେଳିବା ପାଇଁ ରେଳ ଧାରଣକୁ ଡକାଡକି ହୋଇ ଚାଲି ଯାଇଥିଲେ ୩ ସାଙ୍ଗ । ଆଉ କାନରେ ଇୟର ଫୋନ ଲଗାଇ ମଜି ଯାଇଥିଲେ ଖେଳରେ । କିନ୍ତୁ ଜାଣି ନଥିଲେ ଯେ କେତେବେଳେ ମୃତ୍ୟୁ ରୂପି ଟ୍ରେନ ଟି ତାଙ୍କ ଉପରକୁ ମାଡି ଆସିବ ବୋଲି ।

ହଁ ଆଜ୍ଞା ବିହାରର ବୈତିୟା ଜିଲ୍ଲାର ମୁଫାସିଲ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୁଫାସିଲ ପୁଲିସ ଷ୍ଟେସନ ଅନ୍ତର୍ଗତ ନରକାଟିଆଗଞ୍ଜ-ମୁଜାଫରପୁର ରେଳ ବିଭାଗର ମନସା ଟୋଲାରେ ଥିବା ରୟାଲ ସ୍କୁଲ ନିକଟରେ ଟ୍ରେନରେ କଟି ୩ ନାବାଳକଙ୍କର ମୃତ୍ୟୁ ହୋଇଛି ।


କୁହାଯାଉଛି ଯେ ରେଲୱେ ଟ୍ରାକରେ ବସି ତିନିଜଣ ସାଙ୍ଗ ମୋବାଇଲ୍ ଫୋନରେ PUBG ଖେଳ ଖେଳୁଥିଲେ ଏବଂ ତିନିଜଣ କାନରେ ଇୟରଫୋନ୍ ପିନ୍ଧିଥିଲେ। ଏହି ସମୟରେ ମୁଜାଫରପୁରରୁ ନରକାଟିଆଞ୍ଜ ଅଭିମୁଖେ ଯାଉଥିବା ଗଋଗଟ ଟ୍ରେନ୍ ଧକ୍କା ହେବା ପରେ ଏହି ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ତିନିଜଣ ସମାନ ଗାଁର ବାସିନ୍ଦା ଥିଲେ। ଖବର ପାଇ ବରିଷ୍ଠ ପୁଲିସ୍ ଓ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିବାର ଲୋକେ ପହଞ୍ଚି ନିଜ ନିଜ ପିଲାମାନଙ୍କୁ ଚିହ୍ନଟ କରିଛନ୍ତି । ସେମାନଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ।