ନୂଆଦିଲ୍ଲୀ: ଜଳଭାଗରେ ବିଶ୍ୱ ପୁଣି ଦେଖିବ ଭାରତର ଶକ୍ତି । ଭାରତର ଶକ୍ତି ଦେଖି, ଶତ୍ରୁ ଛାତିରେ ଛନକା । INS ସୁରତ, ନୀଳଗିରି ଓ ବାଗସିର ସମର୍ପିତ ହୋଇଛି । ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେନାବାହିନୀର ବୀର ଯବାନଙ୍କୁ ପିଏମ ଶୁଭେଚ୍ଛା ଜଣାଇଛନ୍ତି । ନୌସେନା ଗୌରବଶାଳୀ ଇତିହାସ ଥିବା କହିଛନ୍ତି ମୋଦି । ୩ ନୂଆ ଯୁଦ୍ଧ ଜାହାଜ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ନୌସେନାକୁ ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି ।
ଏହି ୩ ଯୁଦ୍ଧ ଜାହାଜ ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହା ଭାରତୀୟ ନୌସେନାକୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ନୌସେନା ଭାବେ ଗଢି ତୋଳିବ। ସେହିପରି INS ନୀଲଗିରି ପ୍ରୋଜେକ୍ଟ-17Aର ପ୍ରମୁଖ ଜାହାଜ । ନୌସେନାର ଯୁଦ୍ଧଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା ବେଳେ ଶିବାଲିକ କ୍ଲାସ ଫ୍ରିଗେଟ୍ସରେ ଏହା ସମୃଦ୍ଧ। ଶତ୍ରୁ ପକ୍ଷଙ୍କ ରାଡାରରେ ନ ଆସିବାର ପ୍ରଯୁକ୍ତି କୌଶଳରେ ଏହାକୁ ସମୃଦ୍ଧ କରାଯାଇଛି।