(ଭୁବନେଶ୍ୱର) : ଖୁବ୍ଶୀଘ୍ର ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି। କାରଣ ଖୁବଶୀଘ୍ର ଆସୁଛି ମୌସୁମୀ । ୪ ରୁ ୫ ଦିନ ଭିତରେ ଓଡିଶା ଛୁଇଁବ ମୌସୁମୀ । ଗ୍ରୀଷ୍ମ ଉତ୍ତାପରୁ ରକ୍ଷା ପାଇବା ନେଇ ଏକ ଆଶ୍ୱସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ସେପଟେ ପ୍ରାକ୍ ମୌସୁମୀ ବର୍ଷା ରାଜ୍ୟରେ ଜାରୀ ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ୧୭ ଜିଲ୍ଲାରେ କାଳ ବୈଶାଖୀ ବର୍ଷା ନେଇ ୱର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ । ଆଗାମୀ ୩ରୁ ୪ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ଯାଏଁ ତଳକୁ ଖସିବ ଦିନ ତାପମାତ୍ରା । ତେବେ ଗ୍ରୀଷ୍ମ ଦାଉରେ ହନ୍ତସନ୍ତ ରାଜ୍ୟ ବାସୀ ମୌସୁମୀ ଆଗମନ ଖବର ପାଇ ଆଶ୍ୱସ୍ତି ଲାଭ କରିଛନ୍ତି ।
ଆସନ୍ତା ୨୪ ଘଣ୍ଟାରେ ୧୭ ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ବିଶେଷ ଭାବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସୋନପୁର , ବୌଦ୍ଧ, ନୂଆପଡା , ବଲାଙ୍ଗିର , କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, କେଉଁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ କଲା ପାଣିପାଗ ବିବାଗ ।
ସେହିପରି ୧୨ ତାରିଖରେ କୋରାପୁଟ ମାଲକାନଗିରି, ନବରଙ୍ଗପୁର, ରାୟଗଡା, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର , କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରୀ କରିଛି ପାଣିପାଗ ବିଭାଗ ।