କ୍ଷମା ମାଗିଲେ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା
ଦଲାଇ ଲାମା ଜଣେ ନାବାଳକର ଓଠକୁ ଚୁମ୍ବନ ଦେବା ସହ ତାଙ୍କ ଜିଭ ଚାଟିବାକୁ କହୁଥିବା ଦେଖିବାକୁ ମିଳୁଛି
ଦିଲ୍ଲୀ:ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓ ସାମାଜି ଗଣ ମାଧ୍ୟରେ ଘୁରି ବୁଲୁଛି । ସେହି ଭିଡିଓଟି ଖୁବ ଭାଇରାଲ ମଧ୍ୟ ହୋଇଛି । ସେହି ଭିଡିଓରେ ରହିଛି ଦଲାଇ ଲାମା ଜଣେ ନାବାଳକର ଓଠକୁ ଚୁମ୍ବନ ଦେବା ସହ ତାଙ୍କ ଜିଭ ଚାଟିବାକୁ କହୁଥିବା ଦେଖିବାକୁ ମିଳୁଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ନାବାଳକ ଜଣକ ପ୍ରଥମେ ଦଲାଇ ଲାମାଙ୍କୁ ପ୍ରଣାମ କରୁଛି । ଏହାପରେ ଦଲାଇ ଲାମା ପିଲାଟିର ଓଠକୁ ଚୁମ୍ବନ ଦେଉଛନ୍ତି ଏବଂ ନିଜ ଜିଭ ବାହାର କରି ତାହାକୁ ଚାଟିବାକୁ ପିଲାଟିକୁ କହୁଛନ୍ତି । ଏହି ଭିଡିଓଟି ଭାଇରାଲ ହେବାପରେ ତିବ୍ଦତୀୟ ଦର୍ମଗୁରୁ ଦଲାଇ ଲାମାଙ୍କୁ ସେସିଆଲ ମିଡିଆରେ ବହୁମାତ୍ରାରେ ଟ୍ରେଲ କରୁଛନ୍ତି । ସେସିଆଲ ମିଡିଆର କିଛି ୟୁଜର ଆପତ୍ତି ଉଠାଇଥିଲେ ତାଙ୍କୁ କିଏ ଗିରଫର ଦାବି କରିଛନ୍ତି ତ ଆଉ କିଏ ଲେଖିଛି ଏହା ଅତ୍ୟନ୍ତ ଘୃଣ୍ୟ । ଦଲାଇ ଲାମାଙ୍କ ଏହି ଭିଡିଓଟି ଚଣ୍ଡିଗଡ଼ରେ ଏକ ବୌଦ୍ଧ କାର୍ୟ୍ୟକ୍ରମର ଜଣାପଡିଛି ।
ଏ ସଂକ୍ରାନ୍ତରେ ଆଜି ଦଲାଇ ଲାମାଙ୍କ ଅଫିସିଆଲ୍ ଟୁଇଟର୍ ହଣ୍ଡେଲ୍ରେ ପୋଷ୍ଟ୍ ହୋଇଥିବା ବିବୃତିରେ ଉଲ୍ଲେଖ ଅଛି: ସେ ତାଙ୍କୁ କୋଳେଇ ନେବେ କି ବୋଲି ଜଣେ ବାଳକ ନିକଟ ଅତୀତରେ ଗୋଟାଏ ସଭାରେ ଦଲାଇ ଲାମାଙ୍କୁ ପଚାରୁ ଥିବାର ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଏଥିରେ ଦଲାଇ ଲାମା କହିଥିବା କଥା ଆଘାତ ଦେଇଥିବାରୁ ଉକ୍ତ ବାଳକ, ତା’ ପରିବାରବର୍ଗ ଓ ବିଶ୍ବରେ ଥିବା ତାଙ୍କର (ଦଲାଇ ଲାମା) ଅନେକ ବନ୍ଧୁଙ୍କୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ସର୍ବସାଧାରଣରେ ହେଉ କି, କ୍ୟାମେରା ସମ୍ମୁଖରେ ହେଉ, ଭେଟୁଥିବା ଅନେକ ଲୋକଙ୍କୁ ସବୁବେଳେ କୌତୁକରେ ସେ ଏମିତି ଚଡ଼ାନ୍ତି। ଏ ଘଟଣା ପାଇଁ ସେ ଦୁଃଖପ୍ରକାଶ କରିଛନ୍ତି। ଦଲାଇ ଲାମା କ୍ଷମାଭିକ୍ଷା କରିଛନ୍ତି ।