(ରିପୋର୍ଟସ ଟୁଡ଼େ / ଆଦର୍ଶ ରାଉତ ): ଟିକେଟ ପାଇଁ ବିଭିନ୍ନ ରାଜନୌତିକ ଦଳ ମଧ୍ୟରେ କସରତ ଯୋରଦାର ଚାଲିଛି । ଆଶୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ ଲାଗିୁଛି ଟିକେଟ ପାଇଁ । ଟିକେଟ ପାଉଥିବା ନେତା ଖୁସି ବ୍ୟକ୍ତ କରୁଥିବା ବେଳେ ଟିକଟ ନପାଇ ନିରାସ ହୋଇଥିବା ନେତା ଦଳ ଉପରେ ଅସନ୍ତୋଷ ଜାହିର କରି ଦଳ ଛାଡ଼ୁଛନ୍ତି । ଏହି ମଧ୍ୟରେ ଟିକେଟ କୁ ଏକ ଭିନ୍ନ ପ୍ରକାର ଘଟଣା ଦେଖାଦେଇଛି । ଘଟଣାଟି ହେଲା ରାଉରକେଲା ବିଧାନସଭା ଆସନରୁ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ଗତକାଲି ବିଳମ୍ବିତ ରାତ୍ରିରେ ଘୋଷଣା କରିବାର ୨୪ଘଣ୍ଟା ନପୁରୁଣୁ ସେ ନିର୍ବାଚନ ଲଢ଼ିବାକୁ ରୋକଠୋକ୍ ମନା କରିଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ପକ୍ଷରୁ ଶ୍ରୀ ବିଶ୍ୱାଳଙ୍କୁ ରାଉରକେଲା ବିଧାନସଭାରୁ ପ୍ରାର୍ଥୀ କରାଯାଇଛି। ଗତକାଲି ରାତିରେ ଏହି ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା। କିନ୍ତୁ ରାଜନୀତିରେ ପ୍ରବେଶ କରିବାର ତାଙ୍କର କୌଣସି ଆଗ୍ରହ ନାହିଁ କହି ଶ୍ରୀ ବିଶ୍ୱାଳ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଜଣାଇଛନ୍ତି। ତାଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ସେ କଂଗ୍ରେସ ଟିକେଟ ଆଣିବେ ନାହିଁ ବୋଲି କହିଛନ୍ତି।