ଭାରତ – ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଅନକାଇନରେ ଟିକେଟ୍ ବିକ୍ରି

0

କଟକ: ଆରମ୍ଭ ହୋଇଯାଇଛି ଅନଲାଇନ ଟିକେଟ୍ ବିକ୍ରି । ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ବାରବାଟିରେ ହେବାକୁ ଥିବା ଭାରତ – ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଆରମ୍ଭ ହୋଇଯାଇଛି ଅନଲାଇନରେ ଟିକେଟ ବିକ୍ରି ।

ଏହା ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହୋଇଛି । ଏଇ ମାତ୍ର କେଇ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଛି ୨ ଓ ୪ ନମ୍ବର ଗ୍ୟାଲେରି ଟିକେଟ । ମୋଟ ୪ ହଜାର ଟିକେଟ ଅନଲାଇନରେ ବିକ୍ରି କରିବାକୁ ଓସିଏ ସ୍ଥିର କରିଛି । ଏହାସହ ଆସନ୍ତା ୫ଓ ୬ ତାରିଖରେ କାଉଣ୍ଟର ଯାଇ ଦର୍ଶକ ଟିକେଟ କିଣି ପାରିବେ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ୍ ସୂଚନା ଦେଇଛି ।