ରାଜ୍ୟର ତିନୋଟି ସ୍ଥାନରୁ ଠାବ ହେଲା ମହାବଳ ବାଘ

0

(ମମତା ସାମଲ): ଓଡିଶାର ତିନୋଟି ସ୍ଥାନରୁ ଠାବ ହେଲା ମହାବଳ ବାଘ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ।
ବିଭାଗୀୟ ମନ୍ତ୍ରୀଙ୍କ କହିନୁସାରେ, ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଙ୍ଗଲ , ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ ଏବଂ ରାୟଗଡା ଜିଲ୍ଲାର ମୁନିଗୁଡାଠାରେ ଠାବ ହୋଇଛି ମହାବଳ ବାଘ ।

ତେବେ ମହାବଳ ବାଘର ସନ୍ଧାନରେ ଥିଲେ ବନ ବିଭାଗ । ସେଥିପାଇଁ ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଙ୍ଗଲ , ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ ଏବଂ ରାୟଗଡା ଜିଲ୍ଲାର ମୁନିଗୁଡାଠାରେ ପୂର୍ବରୁ ବନବିଭାଗ ତରଫରୁ କ୍ୟାମେରା ଲଗାଯାଇଥିଲା । ଯେଉଁଥିରେ ଏହି ସବୁ ଜଙ୍ଗଲରେ ମହାବଳ ବାଘର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ ।