(ଜଗନ୍ନାଥ ଅଗ୍ରୱାଲ): ବାଘୁଣୀ ‘ସୁନ୍ଦରୀ’ ଅସୁସ୍ଥତାକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପୁଣି ମୁହଁ ଖୋଲିଛି ବନ ବିଭାଗ। ଏ ବାବଦରେ ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ବାଘୁଣୀ ପୂରା ସୁସ୍ଥ ଅଛି । ବାଘୁଣୀ ଏନ୍କୋଲଜରେ ସ୍ବାଭାବିକ ଭାବେ ବିଚରଣ କରୁଛି । ଶିକାର କରିବା ସହ ଦୌଡ଼ୁଛି । ତେଣୁ ସୁନ୍ଦରୀ ଅସୁସ୍ଥତା ବୋଲି ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କୁ ବିଭ୍ରାନ୍ତି ନ କରିବାକୁ ଡ. ପଣ୍ଡା ଅନୁରୋଧ କରିଛନ୍ତି । ସେହିପରି ସୁନ୍ଦରୀ ସାତକୋଶିଆରୁ ସ୍ଥାନାନ୍ତର ପାଇଁ ଏଯାବତ୍ କୌଣସି ପ୍ରସ୍ତାବ ନାହିଁ। କେନ୍ଦ୍ର ସରକାର, ଏନ୍ଟିସିଏ, ଓଡ଼ିଶା ସରକାର ବାଘୁଣୀ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଡ. ପଣ୍ଡା କହିଛନ୍ତି।