ନନ୍ଦନକାନନରେ ବାଘ ଶାବକ ମୃତ: ୨୭କୁ ଖସିଲା ବାଘ ସଂଖ୍ୟା

0

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଶାବକ ମୃତ । ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକରୁ ମୃତ୍ୟୁ ଘଟିଛି । ବାଘ ଛୁଆଟି ଅସୁସ୍ଥ ଥିବାରୁ ତାକୁ ନନ୍ଦନକାନନ ଚିକିତ୍ସାଳୟର ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଛି । ସେପଟେ ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୭କୁ ଖସିଲା । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସାନଥ କୁମାର ନାରାୟଣ ।