ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଜନବସତି ଭିତରେ ସିଂହ । ଗୋଟିଏ କିମ୍ବା ଦୁଇଟି ନୁହେଁ, ୫ରୁ ୬ଟି ସିଂହ ପଶିଥିଲେ ଜନବସତି ଆଡକୁ । ଗୁଜୁରାଟରେ ସିଂହ ପଶିବା କିଛି ବଡ କଥା ନୁହେ. ଋାରଣ ଅନେକ ଥର ଏଭଳି ଘଟଣା ଘଟିଥିବା ନଜରକୁ ଆସିଛି । ଗତକାଲି ରାତିରେ ଗୁଜୁରାଟର ଭାବନାଥ ଅଂଚଳରେ ଦଳେ ସିଂହକୁ ବୁଲୁଥିବାର ଦେଖିବାକୁ ମିଳୁଛି । ସୋମାନେ ଗିର ଜଙ୍ଗଲରୁ ଆସିଥିବା ଜଣାପଡିଛି । କିଛି ସମୟ ବୁଲାବୁଲି କରିବା ପରେ ସେମାନେ ପୁଣି ରାତି ପାହିବା ପୂର୍ବରୁ ଗିର ଜଙ୍ଗଲକୁ ଫେରି ଯାଇଥିଲେ । ଏଭଳି ଘଟଣା ବହୁ ଥର ହୋଇଥିବା ଜଣାପଡିଛି । ବିଳମ୍ବିତ ରାତି ହୋଇଥିବାରୁ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ ।