ବାଘ ଚମଡା ଚୋରା ଚାଲାଣ ଘଟଣାରେ, ପୁଣି ୩ଜଣଙ୍କୁ ଗିରଫ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ବାଘ ଚମଡା ଚୋରା ଚାଲାଣ କରାଯାଉଥିବା ଘଟଣାରେ ପୁଣି ୩ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗତ ୧୫ତାରିଖରେ ସମ୍ବଲପୁର ଜିଲ୍ଳା କୁଚିଣ୍ଡା ଅଞ୍ଚଳରୁ ୪ଟି କଲରାପତରିଆ ବାଘ ଚମଡା ଜବତ କରିଥିଲା ଏସଟିଏଫ୍ । ତିନି ଅଭିଯୁକ୍ତ ହେଲେ ଝାରସୁଗୁଡାର ନରେନ୍ଦ୍ର ପିଙ୍ଗ୍, ଦେଓଗଡ ଜିଲ୍ଳାର ମମ୍ଫୁଲ ଓ ସମ୍ବଲପୁର ଜିଲ୍ଳାର ଅକ୍ଷୟ ଭୋଇ । ଏବେ ସୁଦ୍ଧା ଏହି ରାକେଟ୍ ରେ ୧୦ଜଣଙ୍କୁ ଗିରଫ ହୋଇଛନ୍ତି। ଗିରଫ ୩ ଜଣଙ୍କୁ ଏସଡ଼ି଼ିଜେଏମ କୋର୍ଟରେ ହାଜିର କରାଗଲା ଏହି ତିନିଜଣ ଅଭିଯୁକ୍ତ ବାଘ ଚମଡା କେଉଁଠାରୁ କିଭଳି ଭାବେ ଚୋରା ଚାଲାଣ କରାଯିବ ସେନେଇ ଯୋଗାଯୋଗ କରିଥାନ୍ତି ।