ନବରଙ୍ଗପୁର: ନବରଙ୍ଗପୁର ରାଇଘର ବନାଞ୍ଚଳର ଜବତ ହୋଇଛି ବାଘ ଛାଲ । ବାଘଛାଲ କିଣାବିକା ସମୟରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଥିଲା । ତେବେ ବାଘ ଛାଲ ଛାଡି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ସ୍ଥାନୀୟ ବିରପୁର ଜଙ୍ଗଲ ନିକଟରେ କିଛି ଦୁର୍ବୃତ୍ତ ବାଘଛାଲ ବେପାର କରୁଥିବା ଖବର ପାଇଥିଲା ଉମରକୋଟ ଏବଂ ରାଇଘର ବନବିଭାଗ । ଏହାପରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଘଟଣାସ୍ଥଳରେ ଚଢାଉ କରିଥିଲା । ତେବେ ପ୍ରବଳ ବର୍ଷା କାରଣରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ତେବେ ବନବିଭାଗ ବାଘଛାଲକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।