(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଓଡିଶା ଛାଡିବନି ବାଘୁଣୀ ‘ସୁନ୍ଦରୀ’ । ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭାୟରଣ୍ୟର ଘୋରେଲାରେ ବର୍ତ୍ତମାନ ଅନ୍ୟ ୨ଟି ବାଘ ଅଛନ୍ତି । ତେଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତରିତ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାଡେନ ହରିଶଙ୍କର ଉପାଧ୍ୟାୟ କହିଛନ୍ତି।
ସୂଚନାନୁଯାୟୀ, ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଅଭିଯୋଗରେ ସୁନ୍ଦରୀକୁ ବର୍ଷାଧିକ କାଳ ଛୋଟ ଏନକ୍ଲୋଜରରେ ବନ୍ଦୀ କରି ରଖାଯାଇଥିବା ଭଳି ରାଜ୍ୟ ବନ ବିଭାଗର ଚରମ ଅବହେଳା ପାଇଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଥିଲା ଏନଟିସିଏ। ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇନିଆଯିବାକୁ ଯୋଜନା ଚାଲିଥିଲା। ତୁରନ୍ତ ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରକୁ ନେବା ପାଇଁ କଡା ଚିଠି ମଧ୍ୟ ଲେଖି ଜଣାଇଥିଲା ଏନଟିସିଏ । ତେବେ କାହ୍ନା ଅଭୟାରଣ୍ୟରେ ବର୍ତ୍ତମାନ ଦୁଇଟି ବାଘ ରହିଥିବା ବେଳେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ପରେ ଯାଇ ସୁନ୍ଦରୀକୁ ସ୍ଥାନାନ୍ତରିତ କରାଯିବ ବୋଲି ଆଜି ଚିଫ ୱାଇଲ୍ଡଲାଇଫ ୱାର୍ଡ଼ନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।