(ଜଗନ୍ନାଥ ଅଗ୍ରୱାଲ): ବାଘୁଣୀ ସୁନ୍ଦରୀକୁ ନେଇ ସାତକୋଶିଆ ଅଭୟାରଣ୍ୟରେ ଲାଗିରହିଥିବା ବିବାଦ ଏକ ପ୍ରକାର ଅନ୍ତ ଘଟିଛି । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ବଂଶବୃଦ୍ଧି ପାଇଁ ଆସିଥିବା ବାନ୍ଦବଗଡର ବାଘୁଣୀକୁ ନେଇ ଯେଉଁ ବିବାଦ ଲାଗି ରହିଥିଲା ସେଥିରେ ଆଜି ପୂର୍ଣ୍ଣଛେଦ ଟାଣିଛି ଜିଲ୍ଲା ପ୍ରଶାଶନ । ସାତକୋଶିଆ ବନବାସୀ, ଜଙ୍ଗଲ ବିଭାଗ, ପୋଲିସ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ଡାକି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ସେପ୍ଟେମ୍ବର ମାସ ୧୨ ତାରିଖରେ ବାଘୁଣୀ ଆକ୍ରମଣରେ ଅଭୟାରଣ୍ୟର ହାତିବାରି ଗାଁ ର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କୁ ନେଇ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ତାର ଆଜି ଏକ ପ୍ରକାର ସମାଧାନ ହୋଇଛି । ବନ ବିଭାଗ ଲୋକଙ୍କ ସହମତି ନ ନେଇ ମନ ଇଚ୍ଛା କାର୍ୟ୍ୟକରିଥିବାରୁ ଅଞ୍ଚଳବାସୀଙ୍କ ଆକ୍ରୋଶର ସ୍ଵୀକାର ହୋଇଥିବା କଥାକୁ ମାନିଛି ବନ ବିଭାଗ । ଏଣିକି ଆଉ ଭୁଲ ନ କରି ଜିଲ୍ଲାପାଳଙ୍କ କାର୍ୟ୍ୟାଲୟରେ ପ୍ରଜାସୁରକ୍ଷା ସମିତିର ୯ ଦଫା ଦାବି ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ମୁଖ୍ୟ ପ୍ରସଙ୍ଗ ଥିଲା ବାଘୁଣୀକୁ ନେଇ ସୁରକ୍ଷା ।
ବନ ବିଭାଗ ବାଘୁଣୀକୁ ସବୁ ସମୟରେ ନଜରରେ ରଖିଛି, ଲୋକଙ୍କର କିଛି କ୍ଷତିହେବ ନାହିଁ । ଯେଉଁ କଥାକୁ ପ୍ରଜାସୁରକ୍ଷା ସମିତି ମାନି ନେଇଥିବା ବେଳେ ଯଦି ବାଘୁଣୀ ପାଇଁ କିଛି କ୍ଷତିଘଟେ ତାର ପରିଣାମ ବନ ବିଭାଗ ଭୋଗିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ବାକି ଯାହା ଦାବିଥିଲା ସେ ସବୁକୁ ପୂରଣ ଦିଗରେ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବାରୁ ତାଙ୍କ କଥାକୁ ଭରସା କରିଛି ସାତକୋଶିଆ ପ୍ରଜା ସୁରକ୍ଷା ସମିତି । ଏବେ ଦେଖିବାର କଥା ଯଦି ବନ ବିଭାଗ ଲୋକଙ୍କୁ ସାଥିରେ ନେଇ ପ୍ରୋଜେକ୍ଟ ଟାଇଗର କୁ ଆଗକୁ ବଢାଏ ସାତକୋଶିଆରେ ବାଘ ବଂଶବୃଦ୍ଧି ସୁନିଶ୍ଚିତ ।