ମୁସଲିମ ଭାଇଙ୍କ କଣ୍ଠରେ ହନୁମାନ ଚାଳିଶା

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସର୍ବଦା ହିନ୍ଦୁ ଓ ମୁସଲିମ ଧର୍ମ ମଧ୍ୟରେ ସାମ୍ପଦାୟିକ ଦଙ୍ଗା ଦେଖିବାକୁ ମିଳିଥାଏ । ନିଜ ନିଜ ଧର୍ମକୁ ନେଇ ଉଭୟଙ୍କ ମଧ୍ୟରେ ଯୁଗ ଯୁଗ ଧରି ତିକ୍ତତା ଦେଖାଦେଇଛି । ଜାତି ଗତ ପ୍ରାର୍ଥକ୍ୟ ସମେତ ର୍ଧମୀୟ ପ୍ରାର୍ଥକ୍ୟ ଦୁହିଁଙ୍କ ମଧ୍ୟରେ ପାଚେରୀ ହୋଇ ଠିଆ ହୋଇଛି । କିନ୍ତୁ ଇତି ମଧ୍ୟରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବର୍ତମାନ ସୋସିଆଲ ମଡିିଆରେ ଏକ ଟିକଟକ୍ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଓଡ଼ିଆ ଯବାନ ମୁସଲିମ ଭାଇ ଜଣକ ସ୍ପଷ୍ଟ ଭାବରେ ହନୁମାନ ଚାଳିଶା ପାଠ କରିବାର ଦେଖିବାକୁ ମିଳୁଛି । ଭିଡ଼ିଓରେ ସେହି ମୁସଲିମ ଭାଇ ଜଣଙ୍କ ନିଜର ଜଣେ ସାଙ୍ଗ ସହିତ ଭାରତୀୟ ଯବାନ ପୋଷକରେ ନଜର ଆସିଛନ୍ତି । ହିନ୍ଦୁ ଧର୍ମର ଠାକୁର ହନୁମାନଙ୍କର ପ୍ରିୟ ମନ୍ତ୍ର ହନୁମାନ ଚାଳିଶାକୁ ବେଶ ଭକ୍ତିର ସହିତ ପାଠ କରିଛନ୍ତି । ମନେ ହୁଏ ଯେ ଭାଇଜଣଙ୍କ ମନରେ ଧର୍ମକୁ ନେଇ କୌଣସି ପାତର ଅନ୍ତର ନାହିଁ । ଯାହାକି ପ୍ରତି ମୁସଲିମଙ୍କ ପାଇଁ ଏକ ଉଚିତ ଶିକ୍ଷା ହୋଇପାରିବ ।
ତେଣୁ ଏହି ଭିଡ଼ିଓ ଆମକୁ ଏହି ଶିକ୍ଷା ଦେଉଛି ଯେ ଇଶ୍ୱର ବା ଭଗବାନ ହେଉଛନ୍ତି ଏକ । ତାଙ୍କ ସୃଷ୍ଟିର ଅନନ୍ୟ କୃତି ହେଉଛି ମାନବ ସମାଜ । ଯିଏ ଆମକୁ ଧରାପୃଷ୍ଠକୁ ଜାତି , ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକ କରି ପଠାଇଛନ୍ତି । କିନ୍ତୁ ଏହି ମଣିଷ ଧର୍ମ ନାମରେ ଓ ଜାତି ନାଁରେ ଭେଦଭାବ ସୃଷ୍ଟି କରି ସମାଜରେ ଅରାଜକତା ଖେଳାଉଛି । ବିଶେଷକରି ହିନ୍ଦୁ ଧର୍ମ ଓ ମୁସଲିମ ଧର୍ମର ଭାଇମାନଙ୍କ ମଧ୍ୟରେ ସର୍ବଦା ତିକ୍ତତା ଦେଖାଦେଇଥାଏ । ଏପରି ଦୁହିଁଙ୍କ ମଧ୍ୟରେ ସତେ ଅହିନ କୂଳ ସମ୍ପର୍କ ଯୁଗ ଯୁଗ ଧରି ରହିଛି । ହୁଏତ ଏହି ଭିଡ଼ିଓ ଏହି ଦୁଇ ଧର୍ମ ମଧ୍ୟରେ ଭାଇଚାର ଆଣିବାର ସଫଳ ହୋଇପାରିବ ବୋଲି ଆମର ଆଶା ।