(ପ୍ରିୟଦର୍ଶନୀ ସ୍ୱାଇଁ): ଟିକଟିକକୁ ନେଇ ଅନେକ ଧର୍ମଘାଟରେ ପଡ଼ିଥିଲେ ମଧ୍ୟ ଏବେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀର ଠିକଣା ପାଇପାରିଛନ୍ତି । ଟିକଟକରୁ ମିଳିଲା ୩ବର୍ଷ ତଳେ ପରିବାର ଛାଡ଼ି ଯାଇଥିବା ବେଇମାନ ଯୁବକ । ସ୍ୱାମୀ ହୋଇ ଜଣେ ଏପରି କରିବା କଥା ଯେତିକି ଆଶ୍ଚଯ୍ୟ ନୁହେଁ ବାପା ହୋଇ ୨ପିଲାଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କ ହାତ ଧରିବା ସେତିକି ହୃଦୟ ବିଦାରକ । ଏପରିଏକ ଅଭାବନୀ ୟ ଘଟଣା ଘଟିଛି ଚେନ୍ନାଇରେ । ସୁରେଶ ନାମକ ଏହି ବ୍ୟକ୍ତି ଜଣକ ୨୦୧୬ ମସିହାରେ ପତ୍ନୀ ଓ ଦୁଇ ପିଲାଙ୍କୁ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲେ। ଟିକଟକରୁ ପୁଲିସ୍ ଟ୍ରାକ୍ କରି ସୁରେଶଙ୍କୁ ହୋସୁର ରୁ ଧରିଛି।
ସୂଚନା ଅନୂଯାୟୀ, କ୍ରିଷ୍ଣାଗିରିର ବାସିନ୍ଦା ସୁରେଶ ଜୟପ୍ରଦାଙ୍କୁ ବିବାହ କରିଥିଲେ। ୨୦୧୬ ମସିହାରେ ସେ ପତ୍ନୀ ଓ ୨ ପିଲାଙ୍କୁ ଛାଡ଼ି କେଉଁଆଡ଼େ ପଳାଇବା ପରେ ଜୟପ୍ରଦା ପୁଲିସ୍ରେ ଅଭିଯୋଗ କରିଥିଲେ। ପୁଲିସ୍ ସୁରେଶଙ୍କ ବନ୍ଧୁ ଓ ସଂପର୍କୀୟଙ୍କ ଘର ଖୋଜିବା ସହ ବହୁ ଖୋଳତାଡ଼ କରିଥିଲେ ବି ସୁରେଶ ମିଳିନଥିଲେ।
କିଛି ଦିନ ତଳେ ଜୟପ୍ରଦାଙ୍କର ଜଣେ ସଂପର୍କୀୟ ସୁରେଶଙ୍କୁ ଟିକ୍ଟକ୍ ଭିଡିଓରେ ଦେଖିବାକୁ ପାଇଥିଲେ। ସଂପର୍କୀୟ ଜଣକ ଜୟପ୍ରଦାଙ୍କୁ ଏ ବିଷୟରେ କହିବା ପରେ ଜୟପ୍ରଦା ପୁଲିସ୍କୁ ଜଣାଇଥିଲେ।