ନୂଆଦିଲ୍ଲୀ: ଆମେରିକାର ଟିକ୍ ଟକ୍ ଷ୍ଟାର୍ ୧୮ ବର୍ଷୀୟା ଡାଝରିଆ ଶଫରଙ୍କ ଆତ୍ମହତ୍ୟା । ସୋସିଆଲ ମିଡିଆରେ ଡି ଭାବେ ଜଣାଶୁଣା । ତାଙ୍କ ଆତ୍ମହତ୍ୟା ଖବରରେ ତାଙ୍କ ଫ୍ୟାନ୍ସ ସ୍ତବ୍ଧ ହୋଇଯାଇଛନ୍ତି । ଟିକଟକରେ ତାଙ୍କର ପ୍ରାୟ ୧.୪ ମିଲିୟନ୍ ଫଲୋଅର୍ସ ରହିଥିଲେ । ଏହି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି ।
ଡାଝରିଆଙ୍କ ଆତ୍ମହତ୍ୟାର ତିନି ଦିନ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ ବୋଲି ଲେଖି କିଛି ଷ୍ଟୋରୀ ସେୟାର କରିଥିଲେ । ଗୋଟିଏ ଭିଡିଓରେ ଡାଝରିଆ ଲେଖିଥିଲେ, ମୁଁ ଜାଣିଛି, ମୁଁ ସମସ୍ତଙ୍କୁ ହଇରାଣ କରୁଛି ତେବେ ମୋର ଶେଷ ପୋଷ୍ଟ ।ଏକ ରିପୋର୍ଟ ଅନୁସାରେ ଡାଝରିଆ ସୋମବାର ଦିନ କହିଥିଲେ ଯେ, ଟିକଟକ୍ ତାଙ୍କୁ ବ୍ଲକ୍ କରିଦେଇଥିଲା ଏବଂ ତାଙ୍କୁ ଏ ନେଇ କିଛି ସୂଚନା ଦିଆଯାଇନଥିଲା । ହଠାତ୍ ଏପରି ଏକ ନିଷ୍ପତ୍ତି ପଛରେ କଣ କାରଣ ରହିଛି ତାର ଖୋଳତାଡ ଆରମ୍ଭ କରିଛି ପୁଲିସ ।