୨୦୨୨ ସୁଦ୍ଧା ସମସ୍ତ ପରିବାରକୁ ବିଜୁଳି ଯୋଗାଇବାକୁ ଲକ୍ଷ୍ୟ: ନିର୍ମଳା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ଗାଁ, ଗରିବ, ଏବଂ କୃଷକକୁ ପ୍ରାଧାନ୍ୟ ଦିଆଯାଇଥିବା ସୀତାରମଣ କହିଛନ୍ତ । ୨୦୨୨ ସୁଦ୍ଧା ସମସ୍ତ ପରିବାରକୁ ବିଜୁଳି ଶକ୍ତି ଏବଂ ଏଲ୍‌ପିଜି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ସେହିପରି, ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ୨୦୨୧ ସୁଦ୍ଧା ଆଉ ୧. ୯୫ କୋଟି ଘର ଯୋଗାଇ ଦିଆଯିବ। ୧. ୨୫ ଲକ୍ଷ କିଲୋମିଟର୍‌ ରାସ୍ତାର ଉନ୍ନତି କରଣ ହେବ। ୨୦୨୪ ସୁଦ୍ଧା ‘ହର୍‌ ଘର୍‌ ଜଲ୍‌’ ଯୋଜନାରେ ନୂତନ ଜଳ ମନ୍ତ୍ରାଳୟ ସମସ୍ତ ପରିବାରକୁ ଜଳ ଯୋଗାଇ ଦିଆଯିବ। ଚାଷୀମାନେ ନେସ୍‌ନାଲ୍‌ ଏଗ୍ରିକଲ୍‌ଚର୍‌ ମାର୍କେଟରୁ ଲାଭ ପାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ କାମ କରିବେ। ସହଜରେ ବାଣିଜ୍ୟ କରିବା ଏବଂ ଶାନ୍ତିରେ ରହିବା ଚାଷୀମାନଙ୍କ ପ୍ରତି ମଧ୍ୟ ଲାଗୁ ହେବ।