ଭୁବନେଶ୍ୱର/ଆଦର୍ଶ ରାଉତ: ଆଜି ବନ ବିଭାଗ ଓ ଭିଜିଲାନ୍ସର ମିଳିତ ଟିମ ଏକ ବେଆଇନ କରତ କଳ ଉପରେ ଚଢାଉ କରି ବିପୁଳ ପରିମାଣର ଦାମୀ କାଠ ଜବତ କରିଛି । କଟକ ଜିଲ୍ଲା ନିଆଳି ଥାନା ଅଧୀନ ପାହାଙ୍ଗାରେ ଚାଲିଥିବା ଏକ ବେଆଇନ କରତ କଳ ଉପରେ ଓଡିଶା ବନ ବିଭାଗ ଓ ଭିଜିଲାନ୍ସ ଟିମ ଚଢାଉ କରିଥିଲେ । କରତ କଳରୁ ୧୦ଲକ୍ଷ ୨୦ ହଜାର ୫୦୦ ଟଙ୍କାର ବହୁମୂଲ୍ୟ କାଠ ଜବତ ହୋଇଛି ଓ ଅଧିକ ତଦନ୍ତ ଜାରି ରହିଛି ।