ବ୍ୟୁରୋ : ୩୦୦ ଫୁଟ ତଳକୁ ପଡି ଗଲା ଜୀବନ । ଏଭଳି ଘଟଣା ଘଟିଛି ଅଷ୍ଟ୍ରିଆରେ । ଅଷ୍ଟ୍ରିଆର ଏକ ପର୍ବତରେ ଥିବା ସଂକୀର୍ଣ୍ଣ ସିଢିରେ ଚଢୁଥିବା ବେଳେ ଖସିପଡି ମୃତ୍ୟୁବରଣ କରିଛନ୍ତି ଜଣେ ବ୍ୟକ୍ତି । ରିଲ୍ସ ପାଇଁ ଆଗରୁ ଅନେକ ଅଘଟଣ ଘଟିଥିବାବେଳେ ଏବେବି ଏପରି ଅଘଟଣରେ ଫୁଲଷ୍ଟପ୍ ପଡୁନି । ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଆଜିକାଲିର ଯୁବପିଢି ମୃତ୍ୟୁକୁ ଡାକି ଆଣୁଛନ୍ତି । ରିଲ୍ସ କରି ଲୋକପ୍ରିୟ ହେବା ପାଇଁ ‘ସ୍ୱର୍ଗ କି ସିଢି’ରେ ଚଢିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି । ଏପରି ଏକ ବଡ ଦୁର୍ଘଟଣା ପରେ ପୋଲିସ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଦୁଇଟି ହେଲିକପ୍ଟର ଘଟଣାସ୍ଥଳକୁ ପଠାଇଥିଲେ । ଏବଂ ସେମାନେ ଉକ୍ତ ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ହେଲେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।