ବରିଷ୍ଠ ନାଗରୀକ ତୀର୍ଥଯାତୀ ଯୋଜନାରେ ଗୋଲାପ ଫୁଲ କିଣାରେ ଦୁର୍ନିତିର ବାସ୍ନା କମିନଥିବା ବେଳେ ଏବେ ଆଉ ଏକ ଦୁର୍ନିତି ସାମ୍ନାକୁ ଆସିଛି । ମାର୍ଚ୍ଚ ମାସରେ ତୀର୍ଥ ଯାତ୍ରୀଙ୍କ ରହିବା ପାଇଁ ବାଲେଶ୍ୱରରେ ଆମ୍ୟୁଜମେଣ୍ଟ ୱାଟର ପାର୍କରେ ବ୍ୟବସ୍ଥା ହୋଇଥିଲା । ଦାଇତ୍ୱ ନେଇଥିବା ସୁରକ୍ଷା ଏଜେନ୍ସି ତୀର୍ଥ ଯାତ୍ରୀଙ୍କ ପାଇଁ ପଦ୍ମାବତୀ ପାର୍କରେ ଚକାଚକ ରୁମ ବୁକ୍ କରିଥିଲେ । କିନ୍ତୁ ଏହି ଚକାଚକ ରୁମ ଜରିଆରେ ସରକାରୀ ଟଙ୍କା ଚଳୁ କରିଛନ୍ତି ଏଜେନ୍ସି ଓ ଦାଇତ୍ୱରେ ଥିବା ଅଧିକାରୀ । ଏଜେନ୍ସି ପର୍ଯ୍ୟଟକ ବିଭାଗକୁ ଦେଇଥିବା ଦୁଇଟି ବିଲ୍ରେ ୧୪ଟି ରୁମ ବୁକ ହୋଇଥିବା ଉଲ୍ଲେଖ ରହିଛି । ଅନ୍ୟପଟେ ଆମ୍ୟୁଜମେଣ୍ଟ ୱାଟର ପାର୍କ ଏଜେନ୍ସି ଯେଉଁ ବିଲ ଦେଇଛି ସେଥିରେ ସୁଲଗ୍ନା ଏଜେନ୍ସି ନାଁରେ ୧୨ଟି ରୁମ ବୁକ ଥିବା ସ୍ପଷ୍ଟ ହୋଇଛି । ଅର୍ଥାତ ଅଧିକ ରୁମର ବିଲ କରି ଚଳୁ କରାଯାଇଛି ଟଙ୍କା । କେବଳ ଅଧିକ ରୁମର ହିସାବ ଦେଇ ଟଙ୍କା ହରିଲୁଟ ହୋଇନି ବରଂ ବୁକ ହୋଇଥିବା ରୁମ ବାବଦରେ ମିଛ ଜିଏସଟି ହିସାବ ସହ ଟଙ୍କା ପକେଟରେ ପୁରାଇଛି ଏଜେନ୍ସି । ଯାହାର ସତ ସେହି ବିଲରୁ ଜଣାପଡିଛି । ପର୍ଯ୍ୟଟନ ବିଭାଗକୁ ଏଜେନ୍ସି ଦେଇଥିବା ବିଲରେ ୧୮% ଜିଏସଟି ବାବଦକୁ ୮୮୨୦ ଟଙ୍କା ସହ ପ୍ରତି ରୁମ ପିଛା ୩୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଉଲ୍ଲେଖ ରହିଛି । ରୁମ ପାଇଁ ମୋଟ ୫୭ ହଜାର ୮୨୦ ଟଙ୍କା ପାଇବ ବୋଲି ବିଲ୍ ରେ ଦର୍ଶାଇଛି ଏଜେନ୍ସି । ପଦ୍ମାବତୀ ପାର୍କ ପକ୍ଷରୁ ଦିଆଯାଇଥିନା ବିଲରେ ପ୍ରତି ରୁମ ବାବଦକୁ ନିଆଯାଇଛି ୧୨% ଜିଏସଟି । ଏହା ସହ ପ୍ରତି ରୁମ ବାବଦକୁ ୨୨୩୨ ଟଙ୍କା ହିସାବରେ ମୋଟ ଭଡା ୩୫୦୦୦ ଟଙ୍କା ଉଲ୍ଲେଖ ରହିଛି । କିନ୍ତୁ ୭ ହଜାର ଟଙ୍କା ଭିତରେ ରୁମ ଭଡା ଥିଲେ ୧୨% ଜିଏସଟି ଲାଗିବ ବୋଲି କହିଛନ୍ତି ଅଧିକାରୀ । ଯାହା ଜାଣିଶୁଣି ଜିଏସଟି ନାଁରେ ଦୁର୍ନିତି କରାଯାଇଛି ବୋଲି ସଙ୍କେତ ଦେଇଛି । କିନ୍ତୁ ଦୁର୍ନିତିକୁ ଘୋଡଇବାକୁ ନ ଦେଖି ବିଲରେ ଦସ୍ତଖତ କରିଥିିଲି ବୋଲି କହିଛନ୍ତି ସେତେବେଳେ ଦାଇତ୍ୱରେ ଥିବା ଅଧିକାରୀ । ଏପରିକି ବିଲ୍ ରେ ତ୍ରୁଟି ତôବାରୁ ଏଜେନ୍ସି ଟଙ୍କା ଦିଆଯାଇନି ବୋଲି କହିଛନ୍ତି ଶୈଳେନ୍ଦ୍ର ଦାସ । ଫୁଲ ବିଲ ମିଚ ହୋଟେଲ ବିଲ ଜାଲି । କିନ୍ତୁ କୈାଣସି ବିଲ୍ରେ ଭୁଲ ଧରିପାରିନଥିଲେ ଅଧିକାରୀ । ପ୍ରଶ୍ନ ଉଠୁଛି ବାବୁ ଜଣକ ପ୍ରକୃତିରେ ଜାଲ ବିଲ୍ ବାବଦରେ ଜାଣିପାରିଲେନି ନା ଜାଣିଶୁଣି ସରକାରୀ ଅର୍ଥ ଆତ୍ମସାତ୍ କରିବାକୁ ଏ ପ୍ରହସନ।