ତିରୁପତି ଲଡୁ ଅପମିଶ୍ରଣ ବିବାଦ ଘଟଣା: ୪ ଜଣଙ୍କୁ ଗିରଫ କଲା ସିବିଆଇ

0

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ତିରୁପତି ଲଡୁ ଅପମିଶ୍ରଣ ବିବାଦ ଘଟଣାରେ ‘ସିବିଆଇର ବଡ ଆକ୍ସନ । ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିବା ବିଭିନ୍ନ କମ୍ପାନୀର ୪ ଜଣଙ୍କୁ ଗିରଫ କଲା ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ତାମିଲନାଡୁର ଏଆର. ଡେରୀ , ଉତ୍ତର ପ୍ରଦେଶର ପରାଗ ଡାଲଣୀ, ପ୍ରିମିୟର ଏଗ୍ରି ଫୁଡ୍ସ ଏବଂ ଆଲଫା

ମିଲ୍କ ଫୁଡ୍ସ’ ସମେତ ଘିଅ ଯୋଗାଣକାରୀ ସଂସ୍ଥାର ବ୍ୟକ୍ତିବିଶେଷ ଅଛନ୍ତି । ଟିଡିପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମନ୍ଦିରକୁ ଘିଅ ଯୋଗାଣ ନିୟମର ଉଲ୍ଲଂଘନ କରାଯାଇଥିବା ତଦନ୍ତରୁ ଜଣାପଡିଛି ।