ବିଶ୍ୱକପ ଟିଜର ରିଲିଜ୍

0

(ଋିପୋର୍ଟସ ଟୁଡେ) ଓଡିଶା ହକି ବିଶ୍ୱକପର ଅଫିସିଆଲ ଗୀତର ଟିଜର ରିଲିଜ୍ ହୋଇଛି । ପୂରା ଗୀତ ଆସନ୍ତା ୨୧ତାରିଖରେ ଲୋକାପର୍ଣ ହେବାକୁ ଥିବା ବେଳେ ରବିବାର ହକି ଇଣ୍ଡିଆର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଗୀତର ୪୬ ସେକେଣ୍ଡର ଟିଜର ବା ଝଲକ ଆସିଛି ।ଏହି ଗୀତର ଶୀର୍ଷକ ରହିଛି ଜୟ ହିନ୍ଦ୍, ଜୟ ଇଣ୍ଡିଆ । ଏହି ଗୀତରେ ଏହି ବାର୍ତ୍ତା ଦିଆଯାଇଛି ଯେ ବିଜୟ କିମ୍ବା ପରାଜୟ ଅପେକ୍ଷା ଉଦ୍ଦେଶ୍ୟର ମହତ୍ତ୍ୱ ଅଧିକ ।ଓଡିଶା ହକି ବିଶ୍ୱକପର ଏହି ଗୀତକୁ ରଚନା କରିଛନ୍ତି ବଲିଉଡର ପ୍ରଖ୍ୟାତ ଗୀତିକାର ଗୁଲଜାର ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏକାଡେମୀ ପୁରସ୍କାର ବିଜେତା ଏ.ଆର ରେହମାନ୍ । ଏହି ଗୀତରେ ଶାହାରୁଖ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ନୟନତାରା, ବ୍ୟାଣ୍ଡବାଦକ ଶିମଣୀ, ଗାୟିକା ନୀତି ମୋହନ, ଶ୍ୱେତା ମୋହନ, ସାସା ତ୍ରିପାଠୀ, ଶ୍ୱେତା ପଣ୍ଡିତ, ହର୍ଷଦୀପ ପ୍ରମୁଖ ଅଭିନୟ କରିଛନ୍ତି । ଗୀତରେ ଭାରତୀୟ ହକି ଦଳର ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଗୀତରେ ଓଡିଶାର କଳା, ସଂସ୍କୃତିର ଝଲକ ମଧ୍ୟ ଦେଖାଯାଇଛି । ଏହି ଭିଡିଓର ସୁଟିଂ ରବି ବର୍ମନ କରିଛନ୍ତି । ଏହାର ପ୍ରଥମ ଝଲକ ଟ୍ୱିଟରରେ ଆସିବା ପରେ ଏ.ଆର ରହେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ସୂଚନାଯୋଗ୍ୟ, ଆସନ୍ତା ୨୭ତାରିଖରେ ହକି ଉଦଘାଟନୀ ଉତ୍ସବରେ ବଲିଉଡ ତାରକା ଶାହରୁଖ ଓ ଏ.ଆର ରହେମାନଙ୍କ ଅନ୍ୟ କଳାକାରମାନେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଦର୍ଶନ କରିବେ ।