(ରିିପୋର୍ଟସ ଟୁଡ଼େ) : ଟିଟିଲାଗଡକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦାବିରେ ଆଜି ଠାରୁ ତିନିଦିନ ଯାଏଁ ବନ୍ଦ ଡାକରା ଦିଆଯାଇଛି । ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି । ଆଜି ସକାଳୁ ସଦର ମହକୁମାର ସମସ୍ତ ସରକାରୀ ଅଫିସ , ବ୍ୟାଙ୍କ ସହ ଅର୍ଥଲଗାଣକାରୀ ସଂସ୍ଥାକୁ କମିଟି ପକ୍ଷରୁ ବନ୍ଦ କରାଯାଇଛି ।
ପୂର୍ବରୁ ୧୬ରେ ଟିଟିଲାଗଡକୁ ସ୍ୱତନ୍ତ୍ର ଜିଲ୍ଲା ଦାବି କରି କ୍ରିୟାନୁଷ୍ଠାନ କମିଟି ବନ୍ଦ କରିଥିଲା । ସକାଳ ୬ଟାରୁ ସଂଧ୍ୟା ୬ ଟା ପର୍ୟ୍ୟନ୍ତ ଜରୁରୀ ସେବାକୁ ଛାଡି ଦୋକାନବଜାର ଏବଂ ଗାଡି ଚଲାଚଳ ବନ୍ଦ ରହିଥିଲା । ତେବେ ବାରମ୍ବାର ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦାବି ହେଉଥିବାବେଳେ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଆଜିଠାରୁ ତିନିଦିନ ଧରି ଟିଟିଲାଗଡରେ ଅର୍ଥନୈତିକ ସଂସ୍ଥାଗୁଡିକୁ ବନ୍ଦ ରଖିବାକୁ କ୍ରିୟାନୁଷ୍ଠାନ କମିଟି ନିଷ୍ପତି ନେଇଛି ।
ସେହିପରି ଟାଙ୍ଗୀ ବାଣପୁରକୁ ସବଡିଭିଜନର ମାନ୍ୟତା ଦାବିରେ ଆଂଚଳିକ କ୍ରିୟାନୁଷ୍ଠାନ କମିଟି ଆଜି ବ୍ଲକ – ତହସିଲ ଓ ସବରେଜଷ୍ଟ୍ରାର କାର୍ୟ୍ୟାଳୟରେ ତାଲା ପକାଇଛି । କମିଟି ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିବା ସହ ଅଫିସ ଗୁଡିକରେ ତାଲା ପକାଇ ବନ୍ଦ କରିଥିବା ଦେଖାଯାଇଛି ।