(ମାନସ କୁମାର ପ୍ରଧାନ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ପାଇଁ ନୟାଗଡ ଜିଲ୍ଲା ପ୍ରଭାବିତ । ନୟାଗଡ ଜିଲ୍ଲାରେ ତିତିଲି ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । ଗତ କାଲି ନୟାଗଡ ଜିଲ୍ଲାରେ ହାଇ ଆଲଟ ଜାରି କରାଯିବା ପରେ ଜିଲ୍ଲା ପ୍ରସାଶନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଆଜି ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତରେ ଜିଲ୍ଲାର ସମସ୍ତ ମୁଖ୍ୟ ଅଧିକାରୀ ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି . .ଜିଲ୍ଲାର ସମସ୍ତ ବ୍ଲକ୍ ବିଡିଓ ଓ ତହସିଲଦାର ମାନଙ୍କୁ ସଜାଗ ରହିବା ସହ କୌଣସିବି ଅପ୍ରିତ କର ପରିସ୍ଥିତି ଏଡାଇବା ପାଇଁ ସଜାଗ ରହିବାକୁ ନିର୍ଦେଶ ଦେବା ସହ ୮ଟି ବ୍ଲକର ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ରଖାଯାଇଛି । କୌଣସି ବି ଅପ୍ରିତି କର ପରିସ୍ଥିତି ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ଥିବା ସହ ଏନଡିଆରଏଫ୍ ଟିମକୁ ଆଲଟ କରିଥିବା କହିଛନ୍ତି ନୟାଗଡ ଅତିରିକ୍ତ ଜିଲ୍ଲାପାଳ ।