ଟିଏମସି ସାଂସଦ ଅଭିଶେକ ବାନାର୍ଜୀଙ୍କ ଘର ଉପରେ ଆକ୍ରମଣ

0

(ନୂଆଦିଲ୍ଲୀ): ପଶ୍ଚିମବଙ୍ଗରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନଭୟ ଉପରକୁ ଆକ୍ରମଣ ପରେ ଏବେ ବିଜେପି ଓ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଉପୁଜିଥିବା ଝଗଡା ଦିଲ୍ଲୀରେ ପହଞ୍ଚିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଶେକ ବାନାର୍ଜୀଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରେ ଆକ୍ରମଣ ହୋଇଛି । ଏହାସହ ଦୂର୍ବୃତ୍ତମାନେ ଦିଲ୍ଲୀରେ ଥିବା ଟିଏମସି ଅଫିସ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ଦୁର୍ବୃର୍ତ୍ତମାନେ ଅଭିଶେକଙ୍କ ବାସଭବନର କାନ୍ଥ ଓ ନାମ ଫଳକରେ କଳା ବୋଳିଥିଲେ । ସାଂସଦ ଓ ମମତାଙ୍କ ବିରୋଧରେ ନାରାବାଜି କରିଥିଲେ । ସେହପରି ରାତି ପ୍ରାୟ ୧୧ଟା ବେଳେ ଦିଲ୍ଲୀର ଚାଣକ୍ୟପୁରୀରେ ଥିବା ବେଙ୍ଗଲ ଭବନ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି । ତେବେ ଏସମ୍ପର୍କରେ ଟିଏମସି ପକ୍ଷରୁ ଥାନାରେ ଏଯାଏ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିଶେକଙ୍କ ନିର୍ବାଚନ ମଣ୍ଡଳୀ ଡାଇମଣ୍ଡ ହାରବର ଅଭିମୁଖେ ଯାଉଥିବା ବେଳେ ତାଙ୍କ କନଭୟ ଉପରକୁ ଆକ୍ରମଣ ହୋଇଥିଲା । ତେଣୁ ଏହାର ବଦଲା ନେବା ପାଇଁ ଅଭିଶେକଙ୍କ ଘର ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଥିବା କୁହାଯାଉଛି ।

Sriharsh Mishra