ନଡ୍ଡାଙ୍କୁ କଳା ପତାକା ଦେଖାଇଲେ ଟିଏମସି ସମର୍ଥକ

0

କୋଲକାତା: ତୃଣମୂଳ କଂଗ୍ରେସର ସମର୍ଥକ ମାନେ ଆଜି କୋଲକାତା ସହରରେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ କଳାପତାକା ଦେଖାଇଛନ୍ତି । କୋଲକାତାର ହଷ୍ଟିଂସ୍ ଅଞ୍ଚଳରେ ବିଜେପିର ଏକ ନୂଆ ନିର୍ବାଚନ ଅଫିସରେ ନଡ୍ଡା ଉପସ୍ଥିତ ଥିବା ବେଳେ ଟିଏମସି ସମର୍ଥକ କଳା ପତାକା ଦେଖାଇଥିଲେ । ନୂତନ କୋଠାଠାରୁ ଅଳ୍ପ ଦୂରରେ ୫୦ରୁ ଅଧିକ ସମର୍ଥକ କଳାପତାକା ଦେଖାଇଥିଲେ । ଏହା ସହ ନଡ୍ଡା କୋଠା ଭିତରକୁ ପ୍ରବେଶ କରିବା ସମୟରେ ଗୋ ବ୍ୟାକ ବିଜେପିର ନାରା ଦେଇଥିଲେ ।
ନାରାବାଜି ଶୁଣି ବିଜେପି ସମର୍ଥକମାନେ ବାହାରକୁ ବାହାରି ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ରିପୋର୍ଟରସ୍ଙ୍କୁ ସେମାନେ କହିଥିଲେ କି ସେମାନେ କୌଣସି ଦଳର ନୁହଁନ୍ତି । ସେମ।।ନେ କହିଥିଲେ ସାଧ।।ରଣ ଜନତା ଭାବେ କୃଷି ବିଲକୁ ବିରୋଧ କରାଯଇଛି।