ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ । ରାଷ୍ଟ୍ରପତିଙ୍କ ବିରୋଧରେ କୁତ୍ସିତ ମନ୍ତବ୍ୟ ଦେଲେ ଟିଏମସି ନେତା ତଥା ମନ୍ତ୍ରୀ ଅଖିଳ ଗିରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଇଛନ୍ତି । ନନ୍ଦିଗ୍ରାମରେ ଭାଷଣରେ ‘ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?’ ବୋଲି କହିଛନ୍ତି ମନ୍ତ୍ରୀ ଅଖିଳ ଗିରି । ମମତା ବାନାର୍ଜୀ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ଏଭଳି କିଛି ଆପତିଜନକ ମନ୍ତବ୍ୟ ଦେଇଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ରାଷ୍ଟ୍ରପତିଙ୍କ ଚେହେରା ଉପରେ ଅପମାନଜନକ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି । ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଟିଏମସି ଏବଂ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ।
ମନ୍ତ୍ରୀ ଅଖିଲ ଗିରିଙ୍କ ଏହି ଭାଇରାଲ ଭିଡିଓ ନନ୍ଦିଗ୍ରାମରେ ଏକ ଜନତାଙ୍କୁ ସମ୍ବୋଧିତ କରୁଥିବାବେଳେ କୁହାଯାଉଛି । ଲୋକମାନେ ଘେରି ରହିଥିବା ଏହି ଭାଇରାଲ ଭିଡିଓରେ ମନ୍ତ୍ରୀ ଅଖିଲ ଗିରି ବଙ୍ଗଳା ଭାଷାରେ ତାଙ୍କ ଚେହେରାକୁ ନେଇ ରାଷ୍ଟ୍ରପତିଙ୍କୁ ଅପମାନିତ କରୁଥିବା ଶୁଣିବାକୁ ମିଳୁଛି । ପଶ୍ଚିମବଙ୍ଗ ବିଜେପି ମମତା ବାନାର୍ଜୀ ଏବଂ ଟିଏମସିକୁ ଆଦିବାସୀ ବିରୋଧୀ ବୋଲି କହିିଛି । ବିଜେପିର ଅମିତ ମାଲବ୍ୟ ମଧ୍ୟ ଟ୍ୱିଟ୍ କରି ମମତା ବାନାର୍ଜୀଙ୍କୁ ଘେରିଛନ୍ତି । ସେ ଲେଖିଛନ୍ତି ଯେ ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ ଏବଂ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁନାହାନ୍ତି ।
ମହାମହିମ ରାଷ୍ଟ୍ରପତି ଙ୍କୁ ନେଇ TMC ମନ୍ତ୍ରୀ ଅଖିଳ ଗିରି ଙ୍କ ହୀନ ମନ୍ତବ୍ୟ ମମତା ବାନାର୍ଜୀଙ୍କ ମହିଳା ସଶକ୍ତିକରଣ ନାଁ ରେ ନାରୀ ଶକ୍ତିକୁ ଅବମାନନା ର ଚରମ ନିଦର୍ଶନ | ଦେଶର ସର୍ବୋଚ୍ଚ ସମ୍ବିଧାନିକ ପଦବୀ ର ଅସନ୍ନମାନ ଦେଶଦ୍ରୋହ ଠାରୁ କୌଣସି ମାତ୍ରାରେ କମ ନୁହେଁ | ସଭ୍ୟ ଗଣତନ୍ତ୍ର ରେ ଏଭଳି ଆଚରଣ ଘୃଣ୍ୟ ଏବଂ ଏହାକୁ ନିନ୍ଦା କରିଛନ୍ତି ଲେଖାଶ୍ରୀ |