ଲୋକସଭାରୁ ବହିଷ୍କତୃ ହେଲେ ଟିଏମ ସାଂସଦ ମହୁଆ ମୈତ୍ର

0

ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍‌ସି ସାଂସଦ ମହୁଆ ମୈତ୍ର। କ୍ୟାଶ୍‌ ଫର୍‌ କ୍ୱେରୀ (ପ୍ରଶ୍ନ ପାଇଁ ଲାଞ୍ଚ) ମାମଲାରେ ମହୁଆ ବହିଷ୍କୃତ ହୋଇଛନ୍ତି। ତାଙ୍କ ସଂସଦୀୟ ପଦ ରଦ୍ଦ ହୋଇଛି। ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ସାଂସଦଙ୍କୁ ବହିଷ୍କାର କରାଯାଇଛି।

ଲୋକସଭାରେ ଗୁରୁବାର ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ କରିଥିଲା। ରିପୋର୍ଟ ଉପରେ ଆଲୋଚନା ପରେ ଏହାକୁ ଭୋଟିଂ ମାଧ୍ୟମରେ ଅନୁମୋଦନ କରାଯାଇଥିଲା। ଏଥିକ୍ସ କମିଟି ନିଜ ରିପୋର୍ଟରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକୁ ଗୁରୁତର ବୋଲି କହିଥିଲା ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏହା ସହିତ ସଂସଦ ସଦସ୍ୟତା ରଦ୍ଦ କରିବାକୁ ମଧ୍ୟ ଦାବି କରାଯାଇଥିଲା।

ଯାହାକୁ ନେଇ ଲୋକସଭାରେ ଚର୍ଚ୍ଚା ହୋଇଥିଲା । ବିରୋଧୀ ସାଂସଦ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି କହିଛନ୍ତି, ମହୁଆ ମୋଇତ୍ରଙ୍କ ଆଚରଣ ଅନୈତିକ । ତେଣୁ ସେ ସଂସଦରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ ବାଚସ୍ପତି ।