୧୩ ଜୀବନ ନେଲା କରୋନା

0

ଭୁବନେଶ୍ୱର/ସଞ୍ଜୁ– ରାଜ୍ୟରେ ଆଜି ୧୩ ଜଣ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୫୪ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର ,ବାଲେଶ୍ୱର, ବରଗଡ , ଖୋର୍ଦ୍ଧା , କେନ୍ଦୁଝରରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି । ସେହିପରି ମୟୁରଭଞ୍ଜ ଓ ସମ୍ବଲପୁରରୁ ସର୍ବାଧିକ ୩ ଜଣ ଲେଖାଏଁ ହୋଇଥିବାବେଳେ ସୁନ୍ଦରଗଡରୁ ୨ ଜଣ ମୃତ୍ୟୁବରଣ କରିଛନ୍ତି ।