ଡଙ୍ଗା ବୁଡି ଘଟଣାରେ ଚେତିଲା ପ୍ରଶାସନ: ଯାଞ୍ଚ ପ୍ରକ୍ରିୟା କଡାକଡି

0

(ମମତା ସାମଲ)ରିପୋର୍ଟସଟୁଡେ: ଗତ ୨ତାରିଖରେ ଡଙ୍ଗାବୁଡି ଘଟଣା ପରେ ଚେତିଲା ପ୍ରଶାସନ । ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାବେଳେ ଅକାଳରେ ଚାଲିଯାଉଛି ବହୁ ଜୀବନ । ତେଣୁ ଏପରି ପରିସ୍ଥିତିର ମୁକାବିଲା ନିମନ୍ତେ ଆଜିଠୁ ସମସ୍ତ ଡଙ୍ଗାର କାଗଜ ପତ୍ର ଯାଞ୍ଚ କଡାକଡି କରାଯିବ ବୋଲି କହିଛନ୍ତି ଅଧିକାରୀ । ଡଙ୍ଗାର ଫିଟନେସ୍ ଅଛି ନା ନାହିଁ, ତାହା କଡାକଡି ଭାବେ ଯାଞ୍ଚ କରାଯିବ । ଗତ ୨ ତାରିଖରେ କାଳିଯାଈ ପୀଠରୁ ଭୋଜି ସାରି ଗୋଟିଏ ମାଛଧରା ଡଙ୍ଗାରେ ୧୭ ଜଣ ଫେରୁଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ବୁଡ଼ି ଯାଇଥିଲା। ସେମାନଙ୍କ ପଛରେ ଆସୁଥିବା ଅନ୍ୟ ଏକ ଡଙ୍ଗାର ଯାତ୍ରୀ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଏହାର ପୁଙ୍ଗାନୁପୁଙ୍ଖ ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।