ଆଜି ଆନ୍ତର୍ଜାତିକ କିନ୍ନର ସ୍ମରଣୀୟ ଦିବସ

0

(ଆଦର୍ଶ ରାଉତ): ଆଜି ଆନ୍ତର୍ଜାତିକ କିନ୍ନର ସ୍ମରଣ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ରାଜମହଲ ଠାରୁ ମାଷ୍ଟାକ୍ୟାଣ୍ଟନ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଛି । ସଖା ଏନ୍ଜିଓ , ଓଡ଼ିଶା କିନ୍ନର ଆଖଡ଼ା, ସିଏଫଆର, ଓଏସଏସିଏସ୍, ଆଇଜିଓଏସଏସ ଓ ସାଥୀର ମିଳିତ ଆନୁକୂଲ୍ୟରେ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି ପଦଯାତ୍ରାରେ ୨୦୦ରୁ ଊଦ୍ଧ୍ୱର୍ କିନ୍ନର, କଲେଜ ଛାତ୍ରଛାତ୍ରୀ ଓ ଅନେକ ସାଧାରଣ ଜନତା ଯୋଗଦାନ କରିଥିଲେ । ଏହି ଶୋଭାଯାତ୍ରା ର ନେତ୍ୱତୃ ନେଇଥିଲେ କିନ୍ନର ଆଖଡ଼ାର ମୁଖ୍ୟ ମିରାପରିଡ଼ା । ଯେଉଁ କିନ୍ନରମାନେ କୌଣସି ହିଂସା କିମ୍ବା ଅତ୍ୟାଚାରର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ଶ୍ରଦ୍ଧାଜଳି ଅର୍ପଣ କରିବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।