ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ପୁରୁଷ ଦିବସ । ନଭେମ୍ବର ୧୯କୁ ବିଶ୍ୱ ଅନ୍ତର୍ଜାତୀୟ ପୁରୁଷ ଦିବସ ରୁପେ ପାଳନ କରାଯାଏ । ଏହି ଦିନଟି କେବଳ ପୁରୁଷମାନଙ୍କ ପାଇଁ । ଆଉ ଏହି ଦିନ ଆମ ଜୀବନର ସମସ୍ତ ପୁରୁଷ ମାନଙ୍କୁ ସମ୍ମାନିତ କରେ । ଏବଂ ସେମାନେ ଆମ ସମାଜରେ ଯୋଗଦାନ କରୁଥିବା ସାଂସ୍କୃତିକ, ରାଜନୈତିକ ଏବଂ ସାମଜିକ ଅର୍ଥନୈତିକ ସଫଳତାକୁ ସମ୍ମାନିତ କରନ୍ତି । ଆହୁରି ମଧ୍ୟ ପୁରୁଷ ମାନେ ବିଶ୍ୱକୁ ତାଙ୍କ ପରିବାର ଏବଂ ସମ୍ପ୍ରଦାୟକୁ ଆଣିଥିବା ସକରାତ୍ମକ ମୂଲ୍ୟକୁ ବୁଝିଥାନ୍ତି । ସେଥିଲାଗି ସେମାନଙ୍କୁ ସକରାତ୍ମକ ଆଦର୍ଶ ହେବାକୁ ପ୍ରେରଣା ଦିଆଯାଇଥାଏ । ଏହି ଦିନ ଫେବୃଆରୀ ୧୯୯୨ ରେ ଥୋମାସ୍ ଓଷ୍ଟର ଦ୍ୱାରା ଆରମ୍ଭ ହୋଇଥିଲା ।
ତେବେ ତ୍ରିନିଦାଦ ଏବଂ ଟୋବାଗୋରେ ଥିବା ୱେଷ୍ଟଇଣ୍ଡିଜ୍ ବିଶ୍ୱବିଦ୍ୟାଳୟର ଇତିହାସ ଅଧ୍ୟାପକ ଡକ୍ଟର ଜେରୋମ ଟିଲୁକ୍ସିଙ୍ଗ ନଭେମ୍ବର ୧୯, ୧୯୯୯ ରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ। ଆଉ ସେବେଠୁ ଏହି ଦିନକୁ ବିଶ୍ୱ ପୁରୁଷ ଦିବସ ରୂପେ ପାଳନ କରାଯାଉଛି । ଅନ୍ୟପଟେ ଏହି ଦିନଟିକୁ ପୁରୁଷଟିଏର ସମାଜ, ଦେଶ ଓ ଜାତି ପ୍ରତି ଥିବା ଅବଦାନ ସହ ପରିବାର ଓ ଜୀବନ ପାଇଁ ଥିବା ଅବଦାନକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ୨୦ ଫୁଟ ର ନିଶର ବାଲୁକାଚିତ୍ର ପ୍ରସ୍ତୁତ କରିଛନ୍ତି । ମାଟି ଚା କପ ବ୍ୟବହାର କରି ସେ ଏହି ଆକର୍ଷଣୀୟ ବାଲୁକା କଳାଟିକୁ ପ୍ରସ୍ତୁତ କରିଥିବା ବେଳେ ପୁରୁଷର ପ୍ରତୀକ ଭାବରେ ଏହି ବୃହତାକାର ନିଶଟିଏକୁ ନିଜ ବାଲୁକାକଳାରେ ସ୍ଥାନ ଦେଇଛନ୍ତି ।